ରାଜ୍ୟରେ ହିଟ୍ ଆଣ୍ଡ ରନ୍ ମାମଲା ୧୦ % ହ୍ରାସ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ହିଟ୍ ଆଣ୍ଡ ରନ୍ ’ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତ୍ୟୁହାର ୧୦ ପ୍ରତିଶତ ହ୍ରାସ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଓ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆଜି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି […]

70-1

70-1

Tapas Behera
  • Published: Monday, 08 July 2019
  • Updated: 08 July 2019, 07:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ହିଟ୍ ଆଣ୍ଡ ରନ୍ ’ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତ୍ୟୁହାର ୧୦ ପ୍ରତିଶତ ହ୍ରାସ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଓ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ଆଜି ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାସ୍ତରରେ ପ୍ରତିମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ଦରକାର ବୋଲି କହିଛନ୍ତି। କୌଣସି ରାସ୍ତା ଦୁର୍ଘଟଣା ଘଟିଲେ ତା'ର ଏକ ଘଣ୍ଟା ମଧ୍ୟରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବୈଠକରେ ଆଲୋଚନା ବେଳେ ଜଣାପଡ଼ିଛି ଯେ ୨୦୧୮ ମସିହାରେ ଓଡ଼ିଶାରେ ହିଟ୍ ଆଣ୍ଡ ରନ୍ ମାମଲାରେ ୫୩୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ୫ହଜାରରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ କମିଟି ପ୍ରତିବର୍ଷ ହିଟ୍ ଆଣ୍ଡ ରନ୍ ମାମଲାରେ ୧୦ ପ୍ରତିଶତ ମୃତ୍ୟୁହାର ହ୍ରାସ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ରାଜ୍ୟ ସରକାର ଏହି ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି ଶ୍ରୀ ବେହେରା କହିଛନ୍ତି।

ଦ୍ରୁତ ଗତିରେ ଗାଡ଼ିଚାଳନା, ଡ୍ରାଇଭିଂ କଲା ବେଳେ ମଦ୍ୟପାନ ଓ ଫୋନ୍ ବ୍ୟବହାର କରିବା, ଟ୍ରାଫିକ ନିୟମ ନମାନି ଭୁଲ ଦିଗରେ ଗାଡ଼ି ଚଳାଇବା ଆଦି ଯୋଗୁଁ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଛି। ବେପରୁୱା ଗାଡ଼ି ଚାଳନା ଉପରେ ନିୟନ୍ତ୍ରଣ ପାଇଁ ଇଞ୍ଜିନିୟରିଂ ଜ୍ଞାନକୌଶଳ ଉପଯୋଗ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ
ମଧ୍ୟ ଦେଇଛନ୍ତି।

ବୈଠକରେ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟ ସରକାର ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି। ରାଜ୍ୟ ସରକାର ଏହି କ୍ଷତିପୂରଣ ରାଶିକୁ ଗତବର୍ଷ ବୃଦ୍ଧି କରିବା ସହ ୬ମାସ ମଧ୍ୟରେ ଏହି କ୍ଷତିପୂରଣ ଦାବି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୨୫ହଜାର ଓ ଆହତଙ୍କୁ ୧୨,୫୦୦ ଟଙ୍କା ସହାୟତା ମିଳୁଥିଲା।

ଆଜିର ଏହି ପରିଷଦ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁଲିସ ଡିଜି ଡଃ ଆରପି ଶର୍ମା, କୃଷି ଉତ୍ପାଦନ କମିଶନର ଗଗନ ଧଳ, ପରିବହନ ସଚିବ ଜି ଶ୍ରୀନିବାସନ, ପରିବହନ କମିଶନର ଅନୀଲ କୁମାର ସାମଲ, ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି, ଘରୋଇ ଟ୍ରକ ଓ ବସ ମାଲିକ ସଂଘର କର୍ମକର୍ତ୍ତା, ବିଭିନ୍ନ ଏନଜିଓ ପ୍ରତିନିଧି ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos