ଆଉ ୨ହଜାର ନୂଆ ଡାକ୍ତର ପଦବୀ ସୃଷ୍ଟି, ତଥାପି ସମୁଦ୍ରକୁ ଶଙ୍ଖେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଶ୍ୱସ୍ତରୀୟ ଚିକିିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ ଦେବାର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ଆଜି ଆଉ ୨ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନୂଆ ଡାକ୍ତର ପଦବୀ ସହ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ସଂଖ୍ୟା ୧୦୭୧୯କୁ ବୃଦ୍ଧି ପାଇଛି । ତେବେ ଓଡ଼ିଶାରେ ଜନସଂଖ୍ୟା ଏବେ ୪.୬୩ କୋଟି ହୋଇଥିବାବେଳେ ରାଜ୍ୟରେ ପ୍ରାୟ ୪୬ହଜାର ଡାକ୍ତରଙ୍କ ଆବଶ୍ୟକତା ରହିଛି । […]

doctor

Ordigital Desk
  • Published: Saturday, 19 November 2022
  • , Updated: 19 November 2022, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଶ୍ୱସ୍ତରୀୟ ଚିକିିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ ଦେବାର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ଆଜି ଆଉ ୨ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନୂଆ ଡାକ୍ତର ପଦବୀ ସହ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ସଂଖ୍ୟା ୧୦୭୧୯କୁ ବୃଦ୍ଧି ପାଇଛି । ତେବେ ଓଡ଼ିଶାରେ ଜନସଂଖ୍ୟା ଏବେ ୪.୬୩ କୋଟି ହୋଇଥିବାବେଳେ ରାଜ୍ୟରେ ପ୍ରାୟ ୪୬ହଜାର ଡାକ୍ତରଙ୍କ ଆବଶ୍ୟକତା ରହିଛି । ଯଦିଓ ଚଳିତବର୍ଷରୁ ରାଜ୍ୟରେ ବାର୍ଷିକ ୧୦୨୫ଜଣ ଛାତ୍ରଛାତ୍ରୀ ଏମବିବିଏସ୍ ଡିଗ୍ରୀ ହାସଲ କରୁଛନ୍ତି, ତଦନୁପାତରେ ସେମାନଙ୍କୁ ନିଯୁକ୍ତି ସରକାରୀସ୍ତରରେ ଦିଆଯାଉନଥିବା ଜଣାପଡ଼ିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟରେ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ଆଉ ୨ହଜାର ଏଲଟିଆରଏମଓ (ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର) ଡାକ୍ତରୀ ପଦବୀ ଗ୍ରୁପ୍ - କ (ଜୁନିୟର ବ୍ରାଂଚ) ପାହ୍ୟାରେ ସୃଷ୍ଟି କରାଯାଇଥିବା ନେଇ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହି ୨୦୦୦ ନୂଆ ଡାକ୍ତରୀ ପଦବୀ ମଧ୍ୟରୁ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ନିମନ୍ତେ ୫୦ଟି ଲେଖାଏଁ ଡାକ୍ତରୀ ପଦବୀ ଅର୍ଥାତ୍ ମୋଟ ୧୫୦୦ ପଦବୀ ଉଦ୍ଦିଷ୍ଟ ରହିବ । ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ) ପାଇଁ ୨୦ଟି ଡାକ୍ତରୀ ପଦବୀ ଏବଂ ୩୨ଟି ଉପଖଣ୍ଡ ହସ୍ପିଟାଲରେ ୧୫ଟି ଲେଖାଏଁ ଡାକ୍ତରୀ ପଦବୀ ଅର୍ଥାତ୍ ମୋଟ ୪୮୦ଟି ଡାକ୍ତରୀ ପଦବୀ ସୃଷ୍ଟିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ସରକାର ଅନୁରୂପ ଭାବେ ୨ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି କରିଥିଲେ ।

ଅନ୍ୟପକ୍ଷରେ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ କଲେଜରୁ ଏବେ ପ୍ରାୟ ୧ହଜାରରୁ ଅଧିକ ଏମବିବିଏସ୍ ଛାତ୍ରଛାତ୍ରୀ ପ୍ରତିବର୍ଷ ଡିଗ୍ରୀ ହାସଲ କରୁଥିବାବେଳେ ରାଜ୍ୟ ସରକାର ତଦନୁପାତରେ ଡାକ୍ତରୀ ନିଯୁକ୍ତି କରୁନାହାନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜରୁ ୨୦୧୯ରେ ୭୩୭ଜଣ, ୨୦୨୦ରେ ୭୫୮ ଜଣ ଏମବିବିଏସ୍ ଡିଗ୍ରୀଧାରୀ କୃତକାର୍ଯ୍ୟ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧୦୨୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ଉଭୟ ସରକାରୀ,ବେସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରାୟ ୨୭ହଜାର ଡାକ୍ତର କାର୍ଯ୍ୟରତ ଥିବାବେଳେ ଓଡ଼ିଶାର ଜନସଂଖ୍ୟା ଆଧାରରେ ( ପ୍ରତି ହଜାର ଲୋକଙ୍କୁ ଜଣେ ଡାକ୍ତର)ରେ ମୋଟ ୪୬ହଜାର ଡାକ୍ତରଙ୍କ ଆବଶ୍ୟକତା ରହିଛି ।

ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଏଲୋପ୍ୟାଥିକ ଡାକ୍ତର ପଦବୀ ସଂଖ୍ୟା ୮୭୧୯ ହୋଇଥିବାବେଳେ ସେଥିରୁ ଏବେ ପ୍ରାୟ ୨୪୦୦ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି ।

Related story