ଦେଶରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ରହିଛନ୍ତି ଓଡ଼ିଶାରେ। ଏଭଳି ସୂଚନା ସଂସଦରେ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।  ଓଡ଼ିଶାରେ୧୭ ଲକ୍ଷରୁ ଅଧିକ ବୁଲା କୁକୁର ରହିଛନ୍ତି। ଦେଶରେ ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି। ୨୦୧୯ ମସିହା ପଶୁ ଗଣନା ଅନୁସାରେ, ଓଡ଼ିଶାରେ ୧୭ ଲକ୍ଷ ୩୪ ହଜାର ଅଛନ୍ତି ବୁଲା କୁକୁର। ଓଡ଼ିଶାରେ ୨୦୧୨ରେ ୮ ଲକ୍ଷ ୬୨ ହଜାର ବୁଲା […]

stray-dogs

  • Published: Wednesday, 03 August 2022
  • , Updated: 03 August 2022, 01:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ଦ୍ୱିତୀୟ ସର୍ବାଧିକ ବୁଲା କୁକୁର ରହିଛନ୍ତି ଓଡ଼ିଶାରେ। ଏଭଳି ସୂଚନା ସଂସଦରେ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।  ଓଡ଼ିଶାରେ୧୭ ଲକ୍ଷରୁ ଅଧିକ ବୁଲା କୁକୁର ରହିଛନ୍ତି। ଦେଶରେ ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି।

୨୦୧୯ ମସିହା ପଶୁ ଗଣନା ଅନୁସାରେ, ଓଡ଼ିଶାରେ ୧୭ ଲକ୍ଷ ୩୪ ହଜାର ଅଛନ୍ତି ବୁଲା କୁକୁର। ଓଡ଼ିଶାରେ ୨୦୧୨ରେ ୮ ଲକ୍ଷ ୬୨ ହଜାର ବୁଲା କୁକୁର ଥିବା ବେଳେ ୨୦୧୯ରେ ଏହା ଦ୍ୱିଗୁଣିତ ହୋଇଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବାକୁ ପଦକ୍ଷେପ ନିଆଯାଇଛି।

ଜନ୍ମ ନିୟନ୍ତ୍ରଣ ପାଇଁ ସରକାର ବାର୍ଷିକ ୨ କୋଟିରୁ ଅଧିକ ଖର୍ଚ୍ଚ କଲେ ବି ଏହା ଉପରେ ରୋକ ଲାଗି ପାରିନି। ସେହିପରି ଫିସରିସ୍ ଆଣ୍ଡ ଆନିମଲ୍ ରିସର୍ଚ୍ଚ ଡେଭଲମେଣ୍ଟ ଡିପାର୍ଟମେଣ୍ଟ-FARD ବି ଏନେଇ ପ୍ରତିକ୍ରିୟା ରଖିଛି। ସମ୍ବଳ ଅଭାବ ଯୋଗୁ ଆବଶ୍ୟକ ମୁତାବକ କୁକୁର ବନ୍ଧ୍ୟାକରଣ ଦେଶରେ ହୋଇପାରୁନି ବୋଲି FARD ପକ୍ଷରୁ କୁହାଯାଇଛି।

 

Related story