ତୃତୀୟ ମହଲାରେ ଅଟକିଛି ଭାଗଚାଷ ଆଇନ; ଏପଟେ ମନ୍ତ୍ରୀ କହିଲେ- ଭାଗଚାଷୀଙ୍କ ସଂଖ୍ୟା ୯ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାୟ ୬୦ ପ୍ରତିଶତ ଚାଷୀ ଭାଗଚାଷ ଉପରେ ନିର୍ଭରଶୀଳ ଥିବାବେଳେ ଭାଗଚାଷକୁ ଆଇନସମ୍ମତ କରିବା ପାଇଁ ଓଡ଼ିଶା ଭୂସଂସ୍କାର ଆଇନ-୧୯୭ରେ ସଂଶୋଧନ ପ୍ରସ୍ତାବ ଏବେ ତୃତୀୟ ମହଲାରେ ଅଟକି ରହିଛି। ଏପଟେ କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ନିଜ ଦଳର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଲିଖିତ ଦେଇ କହିଛନ୍ତି ଯେ କୃଷି ଗଣନା ୨୦୧୫-୧୬ ଅନୁସାରେ ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ୯ଲକ୍ଷ ୫ହଜାର ୧୮୪ । ତେବେ ରାଜ୍ୟରେ ପ୍ରଚଳିତ […]

farmer

farmer

Ordigital Desk
  • Published: Wednesday, 31 March 2021
  • Updated: 31 March 2021, 06:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାୟ ୬୦ ପ୍ରତିଶତ ଚାଷୀ ଭାଗଚାଷ ଉପରେ ନିର୍ଭରଶୀଳ ଥିବାବେଳେ ଭାଗଚାଷକୁ ଆଇନସମ୍ମତ କରିବା ପାଇଁ ଓଡ଼ିଶା ଭୂସଂସ୍କାର ଆଇନ-୧୯୭ରେ ସଂଶୋଧନ ପ୍ରସ୍ତାବ ଏବେ ତୃତୀୟ ମହଲାରେ ଅଟକି ରହିଛି। ଏପଟେ କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ନିଜ ଦଳର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଲିଖିତ ଦେଇ କହିଛନ୍ତି ଯେ କୃଷି ଗଣନା ୨୦୧୫-୧୬ ଅନୁସାରେ ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ୯ଲକ୍ଷ ୫ହଜାର ୧୮୪ । ତେବେ ରାଜ୍ୟରେ ପ୍ରଚଳିତ ଓଡ଼ିଶା ଜମିଭୂସଂସ୍କାର ଆଇନ-୧୯୭୪ରେ ଭାଗଚାଷ ବେଆଇନ ହୋଇଥିବାବେଳେ କୃଷିମନ୍ତ୍ରୀ କିଭଳି ବିଧାନସଭାରେ ଭାଗଚାଷୀଙ୍କ ସଂଖ୍ୟା ଦେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଧାୟକ ଶ୍ରୀ ସାମଲଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ ୪୮ଲକ୍ଷ ୬୫ହଜାର ୮୫୦ଜଣ ବିଭିନ୍ନ ବର୍ଗର ଚାଷୀ ଅଛନ୍ତି। ଏଥିରେ ବଡ଼ଚାଷୀଙ୍କ ସଂଖ୍ୟା ୩୯୭୫ ହୋଇଥିବାବେଳେ ମଧ୍ୟମବର୍ଗର ଚାଷୀଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୯୪୫, କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୮ଲକ୍ଷ ୮୭ହଜାର ୨୭୨ ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୬ଲକ୍ଷ ୩୬ହଜାର ୬୫୮। ଏହାଛଡ଼ା ଭୂମିହୀନ ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ଅର୍ଥ ଆବଶ୍ୟକତାକୁ ପୂରଣ କରିବାକୁ ରାଜ୍ୟ ସରକାର ‘କାଳିଆ’ ଓ ‘ବଳରାମ’ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ରାଜ୍ୟରେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟବେଳେ କ୍ଷତିଗ୍ରସ୍ତ ହେଉଥିବା ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠିବା ପରେ ରାଜ୍ୟ ସରକାର ୨୦୧୭ ମସିହାରେ ବରିଷ୍ଠ ଅଫିସରଙ୍କୁ ନେଇ ୫ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିରେ ଆଇନ,ସମବାୟ, କୃଷି ଓ ରାଜସ୍ୱ ବିଭାଗର ଅଫିସର ରହିଥିଲେ, ଯେଉର୍ମାନେ କି ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଚଳିତ ଭୂସଂସ୍କାର ଆଇନରେ ଆବଶ୍ୟକ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦେବେ ଅବା ନୂଆ ଆଇନର ପ୍ରସ୍ତାବ ଦେବେ। ଏଥିପାଇଁ କମିଟି ମଧ୍ୟ ଅନ୍ୟ ରାଜ୍ୟକୁ ଗସ୍ତ କରିଥିଲା।

ଏହି ଅଫିସରଙ୍କ କମିଟି ତା’ର ରିପୋର୍ଟ ଆନ୍ତଃମନ୍ତ୍ରଣାଳୟ କମିଟିକୁ ପ୍ରଦାନ କରିଥିଲେ । ବିଭିନ୍ନ ଫସଲ କ୍ଷତିବେଳେ ପ୍ରକୃତ ବୀମା କ୍ଷତିପୂରଣ ଓ ଅନ୍ୟ ସହାୟତା ପାଇବାରୁ ବଂଚିତ ହେଉଥିବା ଭାଗଚାଷୀଙ୍କୁ ନ୍ୟାୟ ଦେବା ପାଇଁ ପ୍ରଚଳିତ ଆଇନରେ ସଂଶୋଧନ ଜରୁରୀ ଥିବା ୨୦୧୭ ମସିହାରେ ତତକାଳୀନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ଆଇନରେ ସଂଶୋଧନ କରିପାରନ୍ତି ବୋଲି ଆଶା ଥିଲା। କିନ୍ତୁ ନିର୍ବାଚନ ସହ ସେହି ସଂଶୋଧନ ମଧ୍ୟ ଶୀତଳ ଭଣ୍ଡାରରେ ପଡ଼ି ରହିଲା।

ସୂଚନା ଅନୁସାରେ, ଏହି ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଚିଠା ବିଲ ଏବେ ତୃତୀୟ ମହଲାର ବିଚାରଧୀନ ରହିଛି। ତେଣୁ ଓଡ଼ିଶା ଭୂସଂସ୍କାର ଆଇନ-୧୯୭୪ ରାଜ୍ୟରେ ପ୍ରଚଳିତ ଥିବା ପର୍ଯ୍ୟନ୍ତ ଭାଗଚାଷୀଙ୍କୁ ଆଇନତଃ କୌଣସି ସହାୟତା ମିଳିପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story