‘ରାଜ୍ୟରେ ଷ୍ଟକ୍‌ ରହିଛି ୪୩ ହଜାର ରେମ୍‌ଡେସିଭିର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୈନିକ ରାଜ୍ୟରେ ୧୨ଶହ ରେମଡେସିଭିର ଦରକାର ହେଉଛି। ଆମ ପାଖରେ ଏବେ ୪୩ ହଜାର ରେମ୍‌ଡେସିଭିର ଷ୍ଟକ ଅଛି। କାଲି ଆଉ ୨୧ ହଜାର ରେମ୍‌ଡେସିଭିର ଆମ ପାଖରେ ପହଞ୍ଚିବ। ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ଘରୋଇ ହସ୍ପିଟାଲରେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ ଆହୁରି କହିଛନ୍ତି-“କୋଭିଡ୍‌ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଚାଲି ଆସନ୍ତୁନି। ହୋମ୍‌ ଆଇସୋଲେସନରେ ରହନ୍ତୁ। ଯାହାକୁ […]

Remdesivir Medicine

Remdesivir Medicine

Manoranjan Sial
  • Published: Friday, 30 April 2021
  • Updated: 30 April 2021, 05:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୈନିକ ରାଜ୍ୟରେ ୧୨ଶହ ରେମଡେସିଭିର ଦରକାର ହେଉଛି। ଆମ ପାଖରେ ଏବେ ୪୩ ହଜାର ରେମ୍‌ଡେସିଭିର ଷ୍ଟକ ଅଛି। କାଲି ଆଉ ୨୧ ହଜାର ରେମ୍‌ଡେସିଭିର ଆମ ପାଖରେ ପହଞ୍ଚିବ। ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ଘରୋଇ ହସ୍ପିଟାଲରେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସେ ଆହୁରି କହିଛନ୍ତି-“କୋଭିଡ୍‌ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଚାଲି ଆସନ୍ତୁନି। ହୋମ୍‌ ଆଇସୋଲେସନରେ ରହନ୍ତୁ। ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ। ଘରେ ରହନ୍ତୁ, ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ। ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଅନ୍ତୁ।”

ସୂଚନାରୁ ପ୍ରକାଶ, କିଛି ଦିନ ହେଲା ରାଜ୍ୟରେ ରେମ୍‌ଡେସିଭିର ଅଭାବନ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ହେଲେ ଏହି ଅଭାବକୁ ଖଣ୍ଡନ କରିଛନ୍ତି ଏସିଏସ୍‌। ସେ କହିଛନ୍ତି ୪୩ ହଜାର ରେମ୍‌ଡେସିଭିର ଷ୍ଟକ ଅଛି। ଯେଉଁ ଅଭାବ କଥା କହାଯାଉଥିଲା, ତାହା ଘରୋଇ ମେଡିକାଲ୍‌ରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos