ରାଜ୍ୟରେ ଅଛନ୍ତି ୯୯.୦୩ ଲକ୍ଷ ଗାଈଗୋରୁ, ୧.୩୫ ଲକ୍ଷ ଘୁଷୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୯୯ଲକ୍ଷ ୩ହଜାର ୯୭୦ଟି ଗାଈଗୋରୁ ଅଛନ୍ତି । ସର୍ବାଧିକ ଗାଈଗୋରୁ ମୟୂରଭଞ୍ଜ ଜିଲ୍ଲାରେ ୬.୭୩ଲକ୍ଷ ଥିବାବେଳେ କେନ୍ଦୁଝରରେ ୬.୨୬ଲକ୍ଷ, ବାଲେଶ୍ୱରରେ ୬.୨୨ଲକ୍ଷ ଗାଈଗୋରୁ ରହିଛନ୍ତି । ସବୁଠୁ କମ୍ ଝାରସୁଗୁଡ଼ାରେ ମାତ୍ର ୯୫,୬୩୮ଟି ଗାଈଗୋରୁ ଥିବା ୨୦ତମ ପ୍ରାଣୀଧନ ଗଣନାରୁ ଜଣାପଡ଼ିଛି । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୯ ମସିହାରେ ରାଜ୍ୟରେ ୨୦ତମ ପ୍ରାଣୀଧନ […]

Cow

Cow

Ordigital Desk
  • Published: Wednesday, 27 July 2022
  • Updated: 27 July 2022, 10:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୯୯ଲକ୍ଷ ୩ହଜାର ୯୭୦ଟି ଗାଈଗୋରୁ ଅଛନ୍ତି । ସର୍ବାଧିକ ଗାଈଗୋରୁ ମୟୂରଭଞ୍ଜ ଜିଲ୍ଲାରେ ୬.୭୩ଲକ୍ଷ ଥିବାବେଳେ କେନ୍ଦୁଝରରେ ୬.୨୬ଲକ୍ଷ, ବାଲେଶ୍ୱରରେ ୬.୨୨ଲକ୍ଷ ଗାଈଗୋରୁ ରହିଛନ୍ତି । ସବୁଠୁ କମ୍ ଝାରସୁଗୁଡ଼ାରେ ମାତ୍ର ୯୫,୬୩୮ଟି ଗାଈଗୋରୁ ଥିବା ୨୦ତମ ପ୍ରାଣୀଧନ ଗଣନାରୁ ଜଣାପଡ଼ିଛି ।

ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୯ ମସିହାରେ ରାଜ୍ୟରେ ୨୦ତମ ପ୍ରାଣୀଧନ ଗଣନା ହୋଇଥିଲା । ଏହି ଗଣନା ଅନୁସାରେ ରାଜ୍ୟରେ ୯୯ଲକ୍ଷ ୩ହଜାର ୯୭୦ଟି ଗାଈଗୋରୁ, ୪ଲକ୍ଷ ୫୮ହଜାର ୩୨୪ଟି ମଈଁଷି, ୬୩ଲକ୍ଷ ୯୩ହଜାର ୪୫୨ଟି ଛେଳି, ୧୨ଲକ୍ଷ ୭୯ହଜାର ୧୪୯ଟି ମେଣ୍ଢା ଓ ୧ଲକ୍ଷ ୩୫ହଜାର ୧୬୨ଟି ଘୁଷୁରୀ ଅଛନ୍ତି । ତେବେ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ନୟାଗଡ଼ ଜିଲ୍ଲାରେ ଗୋଟିଏ ବି ଘୁଷୁରୀ ନାହାନ୍ତି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୮୩୨୪ଟି ଓ ମାଲକାନଗିରି ଜିଲ୍ଲାରେ ୧୭୦୪୦ଟି ମଈଁଷି ଥିବାବେଳେ ଭଦ୍ରକରେ ୨୭୦ଟି, ବୌଦ୍ଧରେ ୧୫୬ଟି, ଢେଙ୍କାନାଳରେ ୩୬୭ଟି ଓ ନୂଆପଡ଼ାରେ ୬୪୭ଟି ମଈଁଷି ଅଛନ୍ତି । ରାଜ୍ୟରେ ୨କୋଟି ୭୪ଲକ୍ଷ ୩୯ହଜାର ୨୫୭ଟି କୁକୁଡ଼ା ଥିବା ଏହି ଗଣନାରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos