ଓଡ଼ିଶାରେ ଆୟୁଷ୍ମାନ ଯୋଜନା: ସର୍ତ୍ତ ମାନିଲେ ନବୀନ ବିଚାର କରିବେ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଆୟୁଷ୍ନାନ ଭାରତ ଯୋଜନା ବା ମୋଦି କେୟାର୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୨  ଓଡ଼ିଆ ସାଂସଦ। ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ଓ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବି ନବୀନଙ୍କୁ ଏ ନେଇ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି କେନ୍ଦ୍ର ପାଖରେ ରଖାଯାଇଥିବା ସର୍ତ୍ତ ପୂରଣ ହେଲେ ଯାଇ ଏନେଇ ମୁଖ୍ୟମନ୍ତ୍ରୀ ବିଚାର କରିବେ। ସେପଟେ ବିଜୁ […]

p-90

p-90

Tapas Behera
  • Published: Monday, 12 August 2019
  • Updated: 12 August 2019, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଆୟୁଷ୍ନାନ ଭାରତ ଯୋଜନା ବା ମୋଦି କେୟାର୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୨  ଓଡ଼ିଆ ସାଂସଦ। ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ଓ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବି ନବୀନଙ୍କୁ ଏ ନେଇ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି କେନ୍ଦ୍ର ପାଖରେ ରଖାଯାଇଥିବା ସର୍ତ୍ତ ପୂରଣ ହେଲେ ଯାଇ ଏନେଇ ମୁଖ୍ୟମନ୍ତ୍ରୀ ବିଚାର କରିବେ। ସେପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗକୁ ମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ଏଥିପାଇଁ ନୂଆ  ଗାଇଡ୍ ଲାଇନ ଆଣିବେ ବୋଲି କହିଛନ୍ତି।

ଗଜପତି ମୋହନା ଗୋବିନ୍ଦପୁରର ପ୍ରଭାକର ନାୟକ ପୁଅ ସରୋଜଙ୍କୁ ଜଣ୍ଡିସ ହେବାରୁ ପ୍ରଥମେ ମୋହନା ସରକାରୀ ହସ୍ପିଟାଲ ଓ ପରେ ବ୍ରହ୍ମପୁରର ଅମିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୬ ଦିନ ଚିକିତ୍ସା ପରେ ଖର୍ଚ୍ଚ ହେଲା ୩୨ ହଜାର ଟଙ୍କା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେ ବି ଟଙ୍କାଟିଏ ଛାଡ଼ିଲେ ନାହଁ ହସ୍ପିଟାଲ କର୍ତ୍ତୃପକ୍ଷ। କେନ୍ଦୁଝର ଝୁମ୍ପୁରାର ବାସୁଦେବ ବାରିକଙ୍କର ବି ସମାନ ଅବସ୍ଥା। କିଡ୍‌ନୀ ରୋଗରେ ପୀଡ଼ିତ ପୁଅ ସଚିନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ ବାସୁଦେବ। ରୋଗ ତ’ ଭଲ ହେଲାନି। ବରଂ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ ବି ମାତ୍ର ୧୬ ହଜାର ଟଙ୍କା ପାଇଁ ପୁଅର ମୃତଦେହକୁ ହସ୍ପିଟାଲରୁ ଛଡ଼ାଇବାକୁ ନାକେଦମ ହେଲେ ବାସୁଦେବ। ଏକଥା ବିଧାନସଭାରେ ବି ଉଠିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ତେବେ ଏଭଳି ଅଭିଯୋଗ ରୀତିମତ ଆସୁଥିବା ବେଳେ ଘରୋଇ ହସ୍ପିଟାଲ ସଂଘ କହିଛି, ଚୁକ୍ତି ଅନୁଯାୟୀ ଇନସୁରାନସ କମ୍ପାନୀ ଠିକ୍ ସମୟରେ ସେମାନଙ୍କର ପାଉଣା ଦେଉନାହାନ୍ତି । ତେବେ ବାରମ୍ବାର ରୋଗୀଙ୍କୁ ଶୋଷଣର ଅଭିଯୋଗ ଆସିବା ପରେ ଘରୋଇ ହସ୍ପିଟାଲ ପାଇଁ ନୂଆ ଆଇନ ଆଣିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

ଅନ୍ୟ ପଟେ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇପାରୁ ନଥିବା ଦର୍ଶାଇ ବିଜେପିର ୧୨ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ୧୨ ସାଂସଦ ଏମାନଙ୍କ ମଧ୍ୟରେ ୨ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ  ଅଛନ୍ତି। ଓଡ଼ିଶାରେ ଆୟୁଷ୍ଣାନ ଭାରତ ଲାଗୁ କରିବା ପାଇଁ ପୂର୍ବରୁ ମୋଦି ୫ ଥର ଅନୁରୋଧ କରିଥିବା କଥା ବି ସାଂସଦମାନେ ଚିଠିରେ ଉଲ୍ଲେଖ କରିଛନ୍ତି।  ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆମ ସର୍ତ୍ତପୂରଣ ହେଲେ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି କହିଛନ୍ତି।

ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଲାଗୁ କରିବା ନେଇ ଗତ ଜୁନ ୪ ତାରିଖରେ ଯୋଜନାର ସିଇଓ ଓଡ଼ିଶା ଆସି ମୁଖ୍ୟଶାସନ ସଚିବଙ୍କ ସହ କଥା ହୋଇଥିଲେ।  ତେବେ ନିର୍ବାଚନ ପୂର୍ବରୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣକୁ ଆୟୁଷ୍ମାନ ଠାରୁ ଢେର ଭଲ ବୋଲି କହି ଏହାକୁ ଗ୍ରହଣ କରିବାକୁ ରୋକ୍‌ଠୋକ୍ ମନା କରିଦେଇଥିଲେ ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story