ସ୍ପଷ୍ଟୀକରଣ ଦେଲେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୂରଲୀଧରନଙ୍କ ସହ ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଏକାଠି ବସିଥିବାର ଫଟୋ ଭାଇରାଲ୍‌ ପରେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ, ଗତ ମାର୍ଚ୍ଚ ୧୨ ତାରିଖରେ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ନିଃଶୁଳ୍କ ମେଗା ହାର୍ଟ କ୍ୟାମ୍ପର ଆୟୋଜନ କରାଯାଇଥିଲା। ସେଥିରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ମୁଖ୍ୟଅତିଥି, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. […]

high-court

high-court

Manoranjan Sial
  • Published: Saturday, 29 October 2022
  • Updated: 29 October 2022, 07:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୂରଲୀଧରନଙ୍କ ସହ ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଏକାଠି ବସିଥିବାର ଫଟୋ ଭାଇରାଲ୍‌ ପରେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ, ଗତ ମାର୍ଚ୍ଚ ୧୨ ତାରିଖରେ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ନିଃଶୁଳ୍କ ମେଗା ହାର୍ଟ କ୍ୟାମ୍ପର ଆୟୋଜନ କରାଯାଇଥିଲା। ସେଥିରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ମୁଖ୍ୟଅତିଥି, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୂରଲୀଧରନ ସମ୍ମାନିତ ଅତିଥି ଓ ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଥିବାରୁ ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ସତ୍ୟ ସାଇ ହାର୍ଟ ହସ୍ପିଟାଲ୍‌ର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭୀମାନି, ବିଚାରପତି ଜଷ୍ଟିସ୍‌ ମୂରଲୀଧରନ୍‌ ଓ ଫାଇଭ୍‌-ଟି ସଚିବ ପାଣ୍ଡିଆନ୍‌ ଜଷ୍ଟିସ୍‌ ଶାହଙ୍କୁ ଅପେକ୍ଷା କରି ରହିଥିଲା ବେଳେ ଭାଇରାଲ୍‌ ହେଉଥିବା ଫଟୋଟି ଉଠାଯାଇଥିଲା। ଏହା କୌଣସି ରୁଦ୍ଧଦ୍ୱାର ବୈଠକ ନଥିଲା। ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଥିଲା ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ସେତେବେଳେ ଏନେଇ ଛପାଯାଇଥିବା ନିମନ୍ତ୍ରଣ ପତ୍ରକୁ ମଧ୍ୟ ଜାରି କରାଯାଇଛି।

Cuttack

ଓଡ଼ିଶା ହାଇକୋର୍ଟର ଜଣେ ଆଇନ୍‌ଜୀବୀଙ୍କ ପ୍ରରୋଚନାରେ ମନ୍ଦ ଉଦ୍ଦେଶ୍ୟରେ ଏହି ଫଟୋକୁ ଭାଇରାଲ୍‌ କରାଯାଇଥିବା ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଦର୍ଶାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଓ ନ୍ୟାୟପାଳିକାର ଛବି ମଳିନ କରିବାକୁ ଏହା ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇଛି। ସେହିପରି ଘଟଣାର ସତ୍ୟାସତ୍ୟ ନଜାଣି କିଛି ଗଣମାଧ୍ୟମ ଏହାକୁ ଖବର ଭାବେ ପ୍ରକାଶ କରିବା ଦୁର୍ଭାଗ୍ୟଜନକ ବୋଲି ସ୍ପଷ୍ଟୀକରଣରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos