‘ନିବେଶକଙ୍କ ପ୍ରଥମ ପସନ୍ଦ ହୋଇପାରିବ ଓଡ଼ିଶା’
- Published: Friday, 17 November 2017
- , Updated: 17 November 2017, 09:49 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଞ୍ଜି ନିବେଶ ଲାଗି ଓଡ଼ିଶାରେ ଯଥେଷ୍ଟ ସୁଯୋଗ ରହିଛି। ଭିତ୍ତିଭୂମି, ମାନବ ସମ୍ବଳ ଏବଂ ପରିବହନ ପାଇଁ ବନ୍ଦରର ସୁବିଧା ଥିବାରୁ ଓଡ଼ିଶାରେ ପୁଞ୍ଜି ନିବେଶ ଲାଭ ଦାୟକ ହେବ ବୋଲି କହିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ।</p>
<p>ଏବେ କେନ୍ଦ୍ର ଫୋକସ୍‌ରେ ପୂର୍ବତ୍ତୋର ରାଜ୍ୟଗୁଡ଼ିକର ବିକାଶ ରହିଛି। ସେହିଭଳି ଦେଶର ଅର୍ଥନୀତି ମଧ୍ୟ ଏବେ ଠିକ୍ ଟ୍ରାକରେ ରହିଛି। ସେ ଦୃଷ୍ଟିରୁ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୋଡିସ ଭାରତର କ୍ରେଡିଟ ରେଟିଂରେ ସୁଧାର ଆଣିଥିବା କହିଛନ୍ତି ଅମିତାଭ।</p>
<p>ସେ କହିଛନ୍ତି- “ଓଡ଼ିଶା ଖଣିଜ ଦ୍ରବ୍ୟ ଓ ମାନବ ସମ୍ବଳରେ ବହୁତ ଧନୀ ରାଜ୍ୟ। ଏହା ଦେଶରେ ନିବେଶକଙ୍କ ପ୍ରଥମ ପସନ୍ଦ ହୋଇପାରିବ। ଏହାସହ ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।”</p>
<p>ବିମୁଦ୍ରାକରଣ ଓ ଜିଏସ୍‌ଟି ସମ୍ପର୍କରେ ମତଦେଇ କହିଛନ୍ତି- “କଳା ଟଙ୍କାର ମୂଳୋତ୍ପାଟନ ପାଇଁ ବିମୁଦ୍ରାକରଣ ଜରୁରୀ ଥିଲା। ସେହିପରି ସାରା ଦେଶରେ ଗୋଟିଏ ଟ୍ୟାକ୍ସ ପାଇଁ ଜିଏସ୍‌ଟିର ଆବଶ୍ୟକତା ଥିଲା। ଆମ ଅର୍ଥନୀତି ଠିକ ରାସ୍ତାରେ ଚାଲିଛି।”</p>