ଇମ୍ଫାରେ ଭଙ୍ଗାରୁଜା ଓ ଗୁଣ୍ଡାଗିରିକୁ ଉତ୍କଳ ଚାମ୍ବର ଅଫ୍ କମର୍ସର ନିନ୍ଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଇମ୍ଫା ଥେରୁବାଲିରେ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗୁଣ୍ଡାଗିରିକୁ ନିନ୍ଦା କରିଛି ଉତ୍କଳ ଚାମ୍ବର ଅଫ୍ କମର୍ସ। ଆନ୍ଦୋଳନ ପ୍ରସଙ୍ଗରେ ଉତ୍କଳ ଚାମ୍ବର ଅଫ୍ କମର୍ସ ସଭାପତି ରମେଶ ମହାପାତ୍ର କହିଛନ୍ତି-“ନିବେଶ ଉପଯୋଗୀ ରାଜ୍ୟ ଭାବେ ଓଡ଼ିଶା ବାହାରେ ନାଁ କରିଛି। ଏହି ସୁନାମକୁ ବଜାୟ ରଖିବାକୁ ସରକାର ଉଦ୍ୟମ କରନ୍ତୁ। ସରକାର ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖନ୍ତୁ।” ସେହିପରି ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ଚାମ୍ବର […]

Dbxkjo4W4AA01Tj

Rakesh Mallick
  • Published: Friday, 27 April 2018
  • , Updated: 27 April 2018, 05:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଇମ୍ଫା ଥେରୁବାଲିରେ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗୁଣ୍ଡାଗିରିକୁ ନିନ୍ଦା କରିଛି ଉତ୍କଳ ଚାମ୍ବର ଅଫ୍ କମର୍ସ। ଆନ୍ଦୋଳନ ପ୍ରସଙ୍ଗରେ ଉତ୍କଳ ଚାମ୍ବର ଅଫ୍ କମର୍ସ ସଭାପତି ରମେଶ ମହାପାତ୍ର କହିଛନ୍ତି-“ନିବେଶ ଉପଯୋଗୀ ରାଜ୍ୟ ଭାବେ ଓଡ଼ିଶା ବାହାରେ ନାଁ କରିଛି। ଏହି ସୁନାମକୁ ବଜାୟ ରଖିବାକୁ ସରକାର ଉଦ୍ୟମ କରନ୍ତୁ। ସରକାର ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖନ୍ତୁ।”

ସେହିପରି ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ଚାମ୍ବର ଅଫ୍ କମର୍ସର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ। ଏହାର ଶୀଘ୍ର ସମାଧାନ କରି ଇଣ୍ଡଷ୍ଟ୍ରିକୁ ଖୋଲିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଇମ୍ଫା ପ୍ଲାଣ୍ଟ ଆଗରେ ଜାରି ରହିଥିବା ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ପ୍ଲାଣ୍ଟ ପରିସରରେ ଜାରି ରହିଛି ଅଚଳାବସ୍ଥା। ଆତଙ୍କିତ ଅବସ୍ଥାରେ ଅଛନ୍ତି ସାଧାରଣ ଲୋକ। କାରଖାନା ଭିତରେ ବନ୍ଦୀ ଅବସ୍ଥାରେ କର୍ମଚାରୀ ଅଛନ୍ତି। ତେବେ ଏଭଳି ଆନ୍ଦୋଳନ ପଛରେ କୌଣସି ବାହ୍ୟ ଚାପ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

ସେପଟେ ଆଜି ରାୟଗଡା ଉପଜିଲ୍ଲାପାଳ ପ୍ରବୀର ନାୟକ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି।  ତେବେ ଥେରୁବାଲିର କୌଣସି ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ଆନ୍ଦୋଳନକାରୀମାନେ କହିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏ ନେଇ ସେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି। ଗତକାଲି ମଧ୍ୟ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଏହାସତ୍ତ୍ୱେ ସମସ୍ୟାର ସମାଧାନ ବାହାରି ପାରି ନଥିଲା।

Related story