Advertisment

ତାତିରୁ ଉପକୂଳବାସୀଙ୍କୁ ନିସ୍ତାର, ସିଝୁଛି ୧୫ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତତଲା ତାତିରୁ ଉପକୂଳ ରାଜ୍ୟବାସୀଙ୍କୁ ନିସ୍ତାର ମିଳିଛି। ହେଲେ ରାଜ୍ୟର ଅନ୍ୟ ଅଞ୍ଚଳବାସୀ ଏବେ ବି ତାତିରେ ସିଝୁଛନ୍ତି। ରବିବାର କାଳବୈଶାଖୀ ପ୍ରଭାବ ସତ୍ତ୍ୱେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା। ଆଜି ବି ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୪.୯ ଡିଗ୍ରୀ ସହ ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର ରେକର୍ଡ କରିଛି। ସୁନ୍ଦରଗଡ଼ରେ ୪୪, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଭବାନୀପାଟଣା ଓ ସୋନପୁରରେ ୪୩, ସମ୍ବଲପୁରରେ ୪୨.୮  […]

ଅଦ୍ୟତନ ହୋଇଛି
ତାତିରୁ ଉପକୂଳବାସୀଙ୍କୁ ନିସ୍ତାର, ସିଝୁଛି ୧୫ ସହର

HIT

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତତଲା ତାତିରୁ ଉପକୂଳ ରାଜ୍ୟବାସୀଙ୍କୁ ନିସ୍ତାର ମିଳିଛି। ହେଲେ ରାଜ୍ୟର ଅନ୍ୟ ଅଞ୍ଚଳବାସୀ ଏବେ ବି ତାତିରେ ସିଝୁଛନ୍ତି। ରବିବାର କାଳବୈଶାଖୀ ପ୍ରଭାବ ସତ୍ତ୍ୱେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିଲା। ଆଜି ବି ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୪.୯ ଡିଗ୍ରୀ ସହ ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର ରେକର୍ଡ କରିଛି।

Advertisment

ସୁନ୍ଦରଗଡ଼ରେ ୪୪, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଭବାନୀପାଟଣା ଓ ସୋନପୁରରେ ୪୩, ସମ୍ବଲପୁରରେ ୪୨.୮  ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୬, ପାରଳାଖେମୁଣ୍ଡିରେ ୪୧.୫, ହୀରାକୁଦରେ ୪୧.୧ ଡିଗ୍ରୀ, ଫୁଲବାଣୀରେ ୪୦.୬, ଅନୁଗୁଳରେ ୪୦.୧, ତାଳଚେରରେ ୪୦ ଡିଗ୍ରୀ, ମାଲକାନଗିରି ସମେତ ବରଗଡ଼ ଓ ଦେବଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ଭୁବନେଶ୍ୱରରେ ପାଗ ମଘୁଆ ରହିଥିଲା। ଫଳରେ ଭୁବନେଶ୍ୱରରେ ୩୪.୪ ଏବଂ କଟକରେ ୩୪.୨ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଥିବାରୁ ସକ୍ରିୟ ହୋଇଛି କାଳବୈଶାଖି। ଏଥିଯୋଗ କଟକ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପାଗ ନରମ ରହିଛି। ତେଣେ କାଳବୈଶାଖି ଯୋଗୁ ଖଡ଼ିଆଳରେ ପବନ ସହ କୁଆପଥର ବର୍ଷା ହୋଇଛି। ପବନ ଯୋଗୁ କିଛି ସ୍ଥାନରେ ଗଛ ଭାଙ୍ଗି ଯାଇଛି।

Advertisment

ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିବା ବେଳେ ଭୁବନେଶ୍ୱର ପାଣିପାଗ ବିଭାଗ ବିଶେଷଜ୍ଞ ଏହା ୪ରୁ ୫ ତାରିଖ ଭିତରେ ସୃଷ୍ଟି ହେବାର ପୂର୍ବାନୁମାନ କରିଛନ୍ତି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଏହି ଲଘୁଚାପ ଯଦି ସୃଷ୍ଟି ହୁଏ ତେବେ ଛୋଟ ବାତ୍ୟାର ରୂପ ନେବ ବୋଲି ଏବେ ଆକଳନ କରାଯାଉଛି। ଯଦି ପରିସ୍ଥିତି ଭିନ୍ନ ରୁହେ ଓ ବାତ୍ୟା ବଳ ନିଏ ତେବେ ଏହା ବଡ଼ ବାତ୍ୟାର ରୂପ ନେଇପାରେ। ବୈଦେଶୀକ ପାଣିପାଗ ବିଭାଗ ଆକଳନ କରୁଛନ୍ତି ଯେ ଏହି ଲଘୁଚାପ ଯଦି ବାତ୍ୟା ରୂପ ନିଏ ତେବେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ୧୦ ତାରିଖରେ ଅତିକ୍ରମ କରିପାରେ। ତେଣୁ ଯଦି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ଏବଂ ଏହା ବାତ୍ୟାର ରୂପ ନିଏ ତେବେ ଏହା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଉପରେ ପ୍ରଭାବ ପଡ଼ିବା ଆକଳନ କରାଯାଉଛି।

Heat Wave In Odisha Low Pressure
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe