ମାଟ୍ରିକ ପରୀକ୍ଷା ଘୁଞ୍ଚିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଭୋଟ୍ ପାଇଁ ଘୁଞ୍ଚିବନି ମାଟ୍ରିକ ପରୀକ୍ଷା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରୀ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସ୍ପଷ୍ଟ କରିଛନ୍ତି। ବିଜେପୁର ଉପନିର୍ବାଚନ ଫେବ୍ରୁଆରୀ ୨୪ରେ ହେବ। ଏଥିପାଇଁ ମାଟ୍ରିକ ପରୀକ୍ଷା ଘୁଞ୍ଚିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ସ୍କୁଲ ଓ ଗଣଶିକ୍ଷା ସଚିବ ସ୍ପଷ୍ଟ କରିଛନ୍ତି ଯେ, ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବନି। […]

ICSE STUDENT

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 07:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଭୋଟ୍ ପାଇଁ ଘୁଞ୍ଚିବନି ମାଟ୍ରିକ ପରୀକ୍ଷା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଫେବ୍ରୁଆରୀ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସ୍ପଷ୍ଟ କରିଛନ୍ତି।

ବିଜେପୁର ଉପନିର୍ବାଚନ ଫେବ୍ରୁଆରୀ ୨୪ରେ ହେବ। ଏଥିପାଇଁ ମାଟ୍ରିକ ପରୀକ୍ଷା ଘୁଞ୍ଚିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ସ୍କୁଲ ଓ ଗଣଶିକ୍ଷା ସଚିବ ସ୍ପଷ୍ଟ କରିଛନ୍ତି ଯେ, ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବନି।

ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍. ଗୁପ୍ତା କହିଛନ୍ତି-“ବିଜେପୁର ନିର୍ବାଚନମଣ୍ଡଳୀରେ ୨୭୦ଟି ବୁଥ୍ ମଧ୍ୟରୁ କେବଳ ୧୩ଟିରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର କରାଯାଇଛି। ତାଛଡ଼ା ଭୋଟ ଦିନ ଅର୍ଥାତ ଫେବ୍ରୁଆରୀ ୨୪ରେ କୌଣସି ପରୀକ୍ଷା ନଥିବାରୁ ସେଭଳି କୌଣସି ଅସୁବିଧା ହେବନାହିଁ। ପୋଲିଂ ପାର୍ଟି ୨୩ ତାରିଖ ସଂଧ୍ୟାରେ ପହଞ୍ଚିବେ। ୨୪ ତାରିଖ ରାତି ୯ଟା ୧୦ଟା ସୁଦ୍ଧା ଚାଲିଯିବେ। ସେ ଦୃଷ୍ଟିରୁ ପରୀକ୍ଷା ପରିଚାଳନାରେ କୌଣସି ସମସ୍ୟା ହେବନାହିଁ।”

Related story