ମଦମୃତ୍ୟୁ ମାନିଲେ, କିନ୍ତୁ ରାଜନେତାଙ୍କୁ ଛୁଇଁଲେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ୫ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ସରକାର ଆଜି ବିଧାନସଭାରେ ସ୍ୱୀକାର କରିଛନ୍ତି। କିନ୍ତୁ ନିର୍ବାଚନବେଳେ ଯେଉଁ ନେତାଙ୍କୁ ଭୋଟ୍ ଦେବା ପାଇଁ ମଦ ବଣ୍ଟା ଯାଉଥିଲା, ତାଙ୍କୁ ଏପର୍ଯ୍ୟନ୍ତ ପଚରାଉଚୁରା ପାଇଁ ପୁଲିସ ସାମାନ୍ୟ ଚେଷ୍ଟା ବି କରିନି। ନିର୍ବାଚନବେଳେ ବିଷାକ୍ତ ମଦ ପିଇ ୧୨ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସରକାରୀ ଭାବେ ଏହି ସଂଖ୍ୟା ୫ରେ ସୀମିତ ରହିଛି। ବିଜେଡି […]

police-and-admin-yet-to-probe-role-of-local-bjd-mla-and-workers-in-the-bhadrak-hooch-tragedy

Manoranjan Sial
  • Published: Monday, 15 July 2019
  • , Updated: 15 July 2019, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ୫ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ସରକାର ଆଜି ବିଧାନସଭାରେ ସ୍ୱୀକାର କରିଛନ୍ତି। କିନ୍ତୁ ନିର୍ବାଚନବେଳେ ଯେଉଁ ନେତାଙ୍କୁ ଭୋଟ୍ ଦେବା ପାଇଁ ମଦ ବଣ୍ଟା ଯାଉଥିଲା, ତାଙ୍କୁ ଏପର୍ଯ୍ୟନ୍ତ ପଚରାଉଚୁରା ପାଇଁ ପୁଲିସ ସାମାନ୍ୟ ଚେଷ୍ଟା ବି କରିନି। ନିର୍ବାଚନବେଳେ ବିଷାକ୍ତ ମଦ ପିଇ ୧୨ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସରକାରୀ ଭାବେ ଏହି ସଂଖ୍ୟା ୫ରେ ସୀମିତ ରହିଛି। ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପକ୍ଷରୁ ବଣ୍ଟାଯାଇଥିବା ମଦ ପିଇ ଏହି ଲୋକମାନେ ପ୍ରାଣ ହରାଇଥିବା ସେମାନଙ୍କର ପରିବାର ଲୋକେ ସେତେବେଳେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ଭଦ୍ରକ ଏସପି ଓ ଜିଲ୍ଲା ଅବକାରୀ ଅଫିସରୁ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ପୀରହାଟ ଅଞ୍ଚଳରେ ୨୦୧୯ ଏପ୍ରିଲ ୩୦ରେ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଶଙ୍କର୍ଷଣ ଦାସ(୫୫), ଶଙ୍କର୍ଷଣ ପରିଡ଼ା(୫୦), ରାମଚନ୍ଦ୍ର ପ୍ରତିହାରୀ(୫୪), ସାଧୁଚରଣ ନାୟକ(୫୨) ଓ ବାଇଧର ନାୟକ(୪୨)। ଏହି ମଦମୃତ୍ୟୁ ଅଭିଯୋଗରେ ପୁଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବିଶ୍ୱାଳ ଭଦ୍ରକ ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମନାଭ ବେହେରା, ଦୀନବନ୍ଧୁ ବାରିକ, ପଦନ ମହାକୁଡ଼, ବିଜୟ ତ୍ରିପାଠୀ, ସୁଶାନ୍ତ ବାରିକ ଓ ବିପିନ ରାଉତ।

ଉଲ୍ଲେଖଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଓରଫ ବାବୁ ବିଶ୍ୱାଳ ହେଉଛି ବିଜେଡି ନେତାଙ୍କ ଘନିଷ୍ଠ। ଏହି ମଦମୃତ୍ୟୁ ଅଭିଯୋଗର ଆରଡିସି ତଦନ୍ତ ଜାରି ରହିଛି କିନ୍ତୁ ଅବକାରୀ ମନ୍ତ୍ରୀ ଆଜି ଗୃହରେ ଦେଇଥିବା ବିବୃତିରେ ଏ ସମ୍ପର୍କରେ କୌଣସି ଉଲ୍ଲେଖ କରିନାହାନ୍ତି। ରାଜନୀତିକ କାରଣରୁ ଏହି ମଦମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଚପାଇ ଦେବାକୁ ବସିଥିବାବେଳେ ପୀଡ଼ିତ ପରିବାରଗୁଡ଼ିକୁ କୌଣସି ପ୍ରକାରର ସହାୟତା ମିଳିନଥିବା ଅଭିଯୋଗ ହୋଇଛି।

Related story