କରୋନା ଚିନ୍ତା, ସ୍କୁଲରେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ବ୍ୟାପୁଥିବା କରୋନାକୁ ନେଇ ଓଡ଼ିଶାରେ ସତର୍କତା ଗ୍ରହଣ କରାଯାଉଛି। ସରକାରୀ ସ୍ତରରେ ବ୍ୟାପକ ସଚେତନତା କରାଯିବା ସହ ସତର୍କ ରହିବାକୁ କୁହାଯାଇଛି।  ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲକୁ ଯାଇ ଛାତ୍ରମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ନେଇ ସଚେତନ କରିଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, କରୋନା ପାଇଁ ବିଭିନ୍ନ ସ୍ତରରେ ସଚେତନତା କରାଯାଉଛି। ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ […]

minister

minister

Manoranjan Sial
  • Published: Thursday, 12 March 2020
  • Updated: 12 March 2020, 07:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ବ୍ୟାପୁଥିବା କରୋନାକୁ ନେଇ ଓଡ଼ିଶାରେ ସତର୍କତା ଗ୍ରହଣ କରାଯାଉଛି। ସରକାରୀ ସ୍ତରରେ ବ୍ୟାପକ ସଚେତନତା କରାଯିବା ସହ ସତର୍କ ରହିବାକୁ କୁହାଯାଇଛି।  ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲକୁ ଯାଇ ଛାତ୍ରମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ନେଇ ସଚେତନ କରିଛନ୍ତି।

ଅନ୍ୟପକ୍ଷରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, କରୋନା ପାଇଁ ବିଭିନ୍ନ ସ୍ତରରେ ସଚେତନତା କରାଯାଉଛି। ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ଗୋଷ୍ଠୀରେ ନ ଯାଇ ଏକୁଟିଆ ଭ୍ରମଣ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

କରୋନା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୭୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଆଇସୋଲେସନ୍‌ରେ ରଖାଯାଇଛି। ତେବେ ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗହଳୀ ପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos