ଓଡ଼ିଶାରେ ପ୍ରତି ଲକ୍ଷେ ଲୋକରେ ଟେଷ୍ଟିଂ କମ୍: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାରେ କୋଭିଡ ଟେଷ୍ଟିଂକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ଦୈନିକ ଟେଷ୍ଟିଂ ସଂଖ୍ୟା ଜାତୀୟ ହାରଠୁ କମ ଅଛି। ରାଜ୍ୟରେ ଟେଷ୍ଟିଂ ପର୍ଯ୍ୟାପ୍ତ ନୁହେଁ ବୋଲି କହଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କରୋନା ମହାମାରୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ଅଧିକ ଟେଷ୍ଟିଂର […]

dharmendra-pradhan

Ranjit Kumar Jena
  • Published: Wednesday, 19 May 2021
  • , Updated: 19 May 2021, 05:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାରେ କୋଭିଡ ଟେଷ୍ଟିଂକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ଦୈନିକ ଟେଷ୍ଟିଂ ସଂଖ୍ୟା ଜାତୀୟ ହାରଠୁ କମ ଅଛି। ରାଜ୍ୟରେ ଟେଷ୍ଟିଂ ପର୍ଯ୍ୟାପ୍ତ ନୁହେଁ ବୋଲି କହଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କରୋନା ମହାମାରୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ଅଧିକ ଟେଷ୍ଟିଂର ଆବଶ୍ୟକତା ଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଲକ୍ଷେ ଲୋକଙ୍କ ଭିତରେ ୧୪୬ ଜଣଙ୍କର ଟେଷ୍ଟିଂ ହେଉଛି। କିନ୍ତୁ ଆମ ରାଜ୍ୟରେ ଗତ ମେ’ ୧ରୁ ୧୭ ତାରିଖ ଭିତରେ ହୋଇଥିବା ପରିସଂଖ୍ୟାନକୁ ଦେଖିଲେ ଲକ୍ଷେରେ ୧୨୦ ଜଣଙ୍କର ଟେଷ୍ଟିଂ କରାଯାଉଛି । କିନ୍ତୁ ଆମ ରାଜ୍ୟ ତୁଳନାରେ କେରଳରେ ଅଧିକ ଟେଷ୍ଟିଂ କରାଯାଉଛି।

କେରଳ ଓ ଓଡ଼ିଶାର ଜନସଂଖ୍ୟା ପ୍ରାୟତ ସମାନ ରହିଛି । କିନ୍ତୁ କେରଳରେ ଲକ୍ଷେରେ ୩୯୦ ଜଣଙ୍କର କରୋନା ଟେଷ୍ଟିଂ କରାଯାଉଛି। ବିଶେଷ କରି ଓଡ଼ିଶାର ସମ୍ବଲପୁର, ଅନୁଗୋଳ, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ଼ ଭଳି ପଶ୍ଚିମାଞ୍ଚଳରେ କରୋନା ପଜିଟିଭ୍ ସଂଖ୍ୟା ଉଦବେଗଜନକ ରହିଛି। ତେଣୁ ସବୁ ବର୍ଗର ଲୋକଙ୍କୁ ନେଇ ରାଜ୍ୟ ସରକାର କୋଭିଡ ମୁକାବିଲା କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦ ହଜାର ୫୧୦ ଜଣଙ୍କ ଟେଷ୍ଟିଂ ହୋଇଛି। ସେପଟେ ଗତକାଲି କୋଭିଡ୍ ସମୀକ୍ଷା ବୈଠକ କରି ସପ୍ତାହକ ମଧ୍ୟରେ ଦୈନିକ ଟେଷ୍ଟିଂ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୦୯୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୮୮୫ଟି ହେଉଛି ଲୋକାଲ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୧୪୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଯଥାକ୍ରମେ ୯୮୩ ଓ ୮୬୭ ଜଣ ଚିହ୍ନଟ ହୋଇଛନ୍ତି।

Related story