ପୁସ୍ତକ ଡିଜିଟାଇଜେସନ୍ ନାଁରେ ଠକେଇ: ଖିଅ ଖୋଜୁଛି ପୋଲିସ

ଭୁବନେଶ୍ୱର: ନୋଭେଲ୍ ଡିଜିଟାଇଜେସନ୍ ନାଁରେ ଠକେଇ। ଠକେଇ ହୋଇଛି କୋଟି କୋଟି ଟଙ୍କାର। ଠକେଇ ମୂଳରେ ଫ୍ରଡ୍ ସଂସ୍ଥା ଅଲ୍ ପ୍ରସେସ୍ ସଲ୍ୟୁସନ୍(ଏପିଏସ୍)। ଏହି ସଂସ୍ଥାର ରିଜିଓନାଲ ହେଡ ହେଉଛନ୍ତି ମନଜା ମଂଜରି ପଣ୍ଡା। ତାଙ୍କ ଆକାଉଣ୍ଟରୁ ମିଳିଛି  ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ସଂସ୍ଥାର ମୁଖ୍ୟ ରାଘବେନ୍ଦ୍ର। ତାଙ୍କ ଆକାଉଣ୍ଟରୁ  ୬ଲକ୍ଷ ୫୦ ହଜାର ଟଙ୍କା ମିଳିଛି। ଏହି ଘଟଣାରେ ଗିରଫ ପୂର୍ବତନ ନୌସେନା କ୍ୟାପଟନ୍ ନୃସିଂହ ପଟ୍ଟନାୟକଙ୍କ ଆକାଉଣ୍ଟରୁ ମିଳିଛି ୫ଲକ୍ଷ ୫୦ ହଜାର […]

digitalization

digitalization

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 07:36 PM IST

Sports

Latest News

ଭୁବନେଶ୍ୱର: ନୋଭେଲ୍ ଡିଜିଟାଇଜେସନ୍ ନାଁରେ ଠକେଇ। ଠକେଇ ହୋଇଛି କୋଟି କୋଟି ଟଙ୍କାର। ଠକେଇ ମୂଳରେ ଫ୍ରଡ୍ ସଂସ୍ଥା ଅଲ୍ ପ୍ରସେସ୍ ସଲ୍ୟୁସନ୍(ଏପିଏସ୍)।

ଏହି ସଂସ୍ଥାର ରିଜିଓନାଲ ହେଡ ହେଉଛନ୍ତି ମନଜା ମଂଜରି ପଣ୍ଡା। ତାଙ୍କ ଆକାଉଣ୍ଟରୁ ମିଳିଛି  ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ସଂସ୍ଥାର ମୁଖ୍ୟ ରାଘବେନ୍ଦ୍ର। ତାଙ୍କ ଆକାଉଣ୍ଟରୁ  ୬ଲକ୍ଷ ୫୦ ହଜାର ଟଙ୍କା ମିଳିଛି। ଏହି ଘଟଣାରେ ଗିରଫ ପୂର୍ବତନ ନୌସେନା କ୍ୟାପଟନ୍ ନୃସିଂହ ପଟ୍ଟନାୟକଙ୍କ ଆକାଉଣ୍ଟରୁ ମିଳିଛି ୫ଲକ୍ଷ ୫୦ ହଜାର ଟଙ୍କା। ଏହିଭଳି ମୋଟ ୭ଟି ଆକାଉଣ୍ଟରୁ ୨୧ଲକ୍ଷରୁ ଅଧିକ ଟଙ୍କା ଜବତ ହେବା ପରେ ଏମାନେ ଏବେ ପୋଲିସ ପାଇଁ ଓ୍ୱାଣ୍ଟେଡ ଅଛନ୍ତି। ଗିରଫ ନୃସିଂହ ପଟ୍ଟନାୟକଙ୍କୁ ରିମାଣ୍ଡ ସମୟରେ ଏହି  ସବୁ ତଥ୍ୟ ପୋଲିସ ହାସଲ କରିଛି। ଏବେ ପ୍ରଶ୍ନ ଉଠୁଛି ସଂସ୍ଥାର ଏତିକି ଆକାଉଣ୍ଟ ଅଛି ନାଁ ଆହୁରି ରହିଛି? ଠକେଇ ହୋଇଥିବା କୋଟି କୋଟି ଟଙ୍କାରୁ ବାକି ଟଙ୍କା ଗଲା କୁଆଡେ?.

କେବଳ ଏପିଏସ୍ ନୁହେଁ, IQBS ସଂସ୍ଥା ନାଁରେ ମଧ୍ୟ ଅନୁରୂପ ଠକେଇ ଅଭିଯୋଗ ରହିଛି।  ନୋଭେଲ ଡିଜିଟାଇଜେସନ ନାଁରେ ଏମାନେ କ୍ଲାଏଣ୍ଟଙ୍କଠାରୁ ସିକ୍ୟୁରିଟି ମନି ସଂଗ୍ରହ କରିଥିଲେ। ବିଦେଶୀ ନୋଭେଲ ସ୍କାନିଂ ନାଁରେ ଫେକ୍ ସ୍କିମ କରି ଏମାନେ ବ୍ୟବସାୟୀମାନଙ୍କୁ ଟ୍ରାପ୍ କରିଥିଲେ। କହିଥିଲେ-୧୦ହଜାର, ୩୦ହଜାର, ୫୦ହଜାର ପେପର୍ ସ୍କାନ କରି ପିଡିଏଫ୍ ଫାଇଲରେ କମ୍ପାନୀକୁ ଦେଲେ ମିଳିବ ଲକ୍ଷଲକ୍ଷ ଟଙ୍କା। ଏହି ଉପାୟରେ କୋଟି କୋଟି ଟଙ୍କା ହଡପ୍ ପରେ ଉଭାନ୍ ହୋଇଯାଇଛି ଏଇ ଦୁଇ କମ୍ପାନୀ। ଏବେ ଏହି ମାମଲାର ଖିଅ ଖୋଜିବା ପୋଲିସ ପାଇଁ ଚାଲେଞ୍ଜ ହୋଇଥିବା ବେଳେ ଟଙ୍କା ଫେରିପାଇବେ କି ନାହିଁ, ସେହି ଚିନ୍ତାରେ ହତାଶ ବ୍ୟବସାୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos