ସର୍ଭେ କହିଲା-ଖୁସି ନୁହନ୍ତି ଓଡ଼ିଶାବାସୀ, ଦେଶରେ ସବୁଠୁ ପଛୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ହାପିନେସ୍ ଇଣ୍ଡେକ୍ସରେ ସବୁଠୁ ତଳେ ଓଡ଼ିଶା ଅର୍ଥାତ୍ । ଆର୍ଥିକ, ସାମାଜିକ, ଆଧ୍ୟାତ୍ମିକ ଓ ପରୋପକାର ମନୋଭାବ, ସବୁଥିରେ ପଛରେ ଓଡିଆ।  ଏକଥା ଆମେ କହୁନୁ  କହୁଛି ନିକଟରେ ପ୍ରକାଶିତ ହାପିନେସ୍ ଇଣ୍ଡେକ୍ସ୍ । କରୋନା ସ୍ଥିତି ଭିତରେ ସାରା ଦେଶରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ହାପିନେସ୍ ତାଲିକାର ଶେଷରେ ଓଡ଼ିଶା  ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ସର୍ଭେରେ ଓଡ଼ିଶା ଶେଷ ସ୍ଥାନରେ ରହିଛି […]

8mn

Tapas Behera
  • Published: Friday, 25 September 2020
  • , Updated: 25 September 2020, 01:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ହାପିନେସ୍ ଇଣ୍ଡେକ୍ସରେ ସବୁଠୁ ତଳେ ଓଡ଼ିଶା ଅର୍ଥାତ୍ । ଆର୍ଥିକ, ସାମାଜିକ, ଆଧ୍ୟାତ୍ମିକ ଓ ପରୋପକାର ମନୋଭାବ, ସବୁଥିରେ ପଛରେ ଓଡିଆ।  ଏକଥା ଆମେ କହୁନୁ  କହୁଛି ନିକଟରେ ପ୍ରକାଶିତ ହାପିନେସ୍ ଇଣ୍ଡେକ୍ସ୍ । କରୋନା ସ୍ଥିତି ଭିତରେ ସାରା ଦେଶରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ହାପିନେସ୍ ତାଲିକାର ଶେଷରେ ଓଡ଼ିଶା  ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ସର୍ଭେରେ ଓଡ଼ିଶା ଶେଷ ସ୍ଥାନରେ ରହିଛି । ଅର୍ଥାତ୍ ନିଜ ନିଜ ଜୀବନକୁ ନେଇ ଖୁସି ନାହାନ୍ତି ଅଧିଂକାଶ ଓଡ଼ିଆ। ମାତ୍ର କଣ ହୋଇପାରେ ଏହାର କାରଣ? କେଉଁ କାରଣକୁ ନେଇ ଚିନ୍ତାଗ୍ରସ୍ତ ଓଡ଼ିଶାବାସୀ? ହସଖୁସିରେ ଜୀବନ ଜୀଇଁବାରେ  କିଏ ଓଗାଳିଛି ଓଡ଼ିଆଙ୍କ ବାଟ? ଦେଶର ଶାନ୍ତିପ୍ରୀୟ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ  । ଲୋକଙ୍କ ଜୀବନଶୈଳୀ ବି ବେଶ ସରଳ ଏହାସତ୍ତ୍ୱେ ରାଜ୍ୟବାସୀ ଖୁସି ନରହିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ହାପିନେସ ସର୍ଭେରେ ଯାହା କୁହାଯାଇଛି, ଖୁସି ରହିବାର ପ୍ରମୁଖ କାରଣ ହେଉଛି ଆର୍ଥିକ ଓ ସାମାଜିକ ସ୍ଥିତି। ରାଜ୍ୟର ଦ୍ରୁତ ଅର୍ଥନୈତିକ ବିକାଶ ଘଟୁଥିବା ସରକାର ଦାବି କରୁଛନ୍ତି।  ତେବେ ଏହା ଯଦି ବାସ୍ତବତା ହୋଇଥାଆନ୍ତା ତାହେଲେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଥାଆନ୍ତା  । ନିଯୁକ୍ତି , ଆୟ ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଲୋକଙ୍କ ମନରୁ ଶଙ୍କା ଦୂର ହୋଇପାରିଥାଆନ୍ତା ଏବଂ ଲୋକେ ଜୀବନକୁ ସୁରକ୍ଷିତ ମଣିବା ସହ ଖୁସିରେ କାଳାତିପାତ କରିପାରନ୍ତେ।  ମାତ୍ର ସର୍ଭେ ରିପୋର୍ଟରୁ ଯେଉଁ ଉଦ୍‌ବେଗଜନକ ତଥ୍ୟ ଆସିଛି ଏହା କେଉଁଠି ନା ରେଉଁଠି ପ୍ରମାଣିତ କରୁଛି ଯେ ରାଜ୍ୟରେ ଅର୍ଥନୈତିକ ଓ ସାମାଜିକ ବିକାଶ ଧାରା ଯେଭଳି ତ୍ୱରାନ୍ୱିତ ହେବା କଥା ସେଭଳି ହେଉନି।  ଅର୍ଥାତ୍ ବିଭିନ୍ନ କାରଣକୁ ନେଇ ଚାପଗ୍ରସ୍ତ ରହୁଛନ୍ତି ରାଜ୍ୟବାସୀ।  ଫଳରେ ନିଜ ଜୀବନକୁ ମନଭରି ଉପଭୋଗ କରିବାରୁ ବଞ୍ଚିତ ରହୁଛନ୍ତି।

ଖୁସି ରହିବା ଏକ ଅନ୍ତନିର୍ହିତ କଳା।  ଯିଏ ଜୀବନକୁ ଯେତେ ବୁଝେ, ଯେତେ ସରଳ ଭାବେ ଏହାକୁ ଅତିବାହିତ କରେ। ସେ ସେତେ ଖୁସି ରହେ । ମାତ୍ର ଯେଉଁମାନେ ପାରିପାର୍ଶିକ ସ୍ଥିତିକୁ ନେଇ ଚାପରେ ରହନ୍ତି ସେମାନେ ଜୀବନ ଜୀଇଁବାର ମଜା ହାତଛଡ଼ା କରିଦିଅନ୍ତି ।  ତେଣୁ ରାଜ୍ୟବାସୀ ବିଷାଦଗ୍ରସ୍ତ ହେବା ଫଛରେ ସାମାଜିକ ଓ ଅର୍ଥନୈତିକ କାରଣ ଦାୟୀ ନା ଖୁସି ରହିବାର କଳା ସଂପର୍କରେ ଆମେ ଅଜ୍ଞ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story