ଯୁକ୍ତ ତିନିରେ ନାମଲେଖା ପାଇଁ ବିଜ୍ଞପ୍ତି:  ଜୁନ୍ ୬ରୁ ୨୦ ଯାଏଁ ଆବେଦନ

ଭୁବନେଶ୍ୱର: ଯୁକ୍ତ ତିନିରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୬ରୁ ୨୦ ଯାଏ ଛାତ୍ରଛାତ୍ରୀମାନେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍ ଲାଇନ୍ ଜରିଆରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲାଯାଇଥିବା ୫୦୨ଟି ସାମ୍ସ ରିସୋର୍ସ ସେଣ୍ଟରରେ ଫର୍ମ ପ୍ରିଣ୍ଟ ଆଉଟ ସହ ଡକୁମେଣ୍ଟ ଓ ଫି ଜମା କରିବେ। ସର୍ବାଧିକ ୨୦ ଟି ଅପସନ୍ ବାଛିପାରିବେ ଛାତ୍ରଛାତ୍ରୀ। ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dheodisha.gov.in ରେ କମନ୍ ଫର୍ମ […]

student_school759

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 06:07 PM IST

ଭୁବନେଶ୍ୱର: ଯୁକ୍ତ ତିନିରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୬ରୁ ୨୦ ଯାଏ ଛାତ୍ରଛାତ୍ରୀମାନେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍ ଲାଇନ୍ ଜରିଆରେ ଆବେଦନ କରିପାରିବେ।

ଛାତ୍ରଛାତ୍ରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲାଯାଇଥିବା ୫୦୨ଟି ସାମ୍ସ ରିସୋର୍ସ ସେଣ୍ଟରରେ ଫର୍ମ ପ୍ରିଣ୍ଟ ଆଉଟ ସହ ଡକୁମେଣ୍ଟ ଓ ଫି ଜମା କରିବେ। ସର୍ବାଧିକ ୨୦ ଟି ଅପସନ୍ ବାଛିପାରିବେ ଛାତ୍ରଛାତ୍ରୀ। ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dheodisha.gov.in ରେ କମନ୍ ଫର୍ମ ମିଳିପାରିବ। ପ୍ରଥମ ମେରିଟ୍ ଲିଷ୍ଟ ଜୁନ୍‌ ୨୮ ରେ ପ୍ରକାଶ ପାଇବ। ଏଥିପାଇଁ ଆଡମିଶନ୍ ଜୁନ ୩୦ରୁ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୭ ଓ ତୃତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୧୬ ରେ ପ୍ରକାଶ ପାଇବ। ଜୁଲାଇ ୧୯ରୁ ଯୁକ୍ତ ତିନି ପ୍ରଥମ ବର୍ଷର କ୍ଲାସ୍ ଆରମ୍ଭ ହେବ।

Related story