ପ୍ରଶଂସା କଲେ ବିପିନ ରାୱତ

କଟକ(ଓଡ଼ିଶା ରିପୋର୍ଟର):ମାଓ ଦମନରେ ଓଡିଶା ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ।  କଟକରେ ଚାଲିଥିବା ଆଇପିଏସ୍ ଅଫିସର୍ସ କନଫରେନ୍ସରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କୁ ସମ୍ବୋଧିତ କରି ବିପିନ ରାୱତ କହିଛନ୍ତି, ଓଡ଼ିଶା ପୁଲିସ ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିପାରିଛି । ରାଜ୍ୟରେ ଅପରାଧ ହାର ବହୁତ କମ୍ ଏବଂ ମାଓ ଦମନରେ ମଧ୍ୟ ରାଜ୍ୟ ସଫଳ ହୋଇଛି । ଆଗକୁ ମଧ୍ୟ ଓଡିଶା ପୁଲିସ ରାଜ୍ୟ ବାସୀଙ୍କ ପାଇଁ ସୁରକ୍ଷା […]

7mj

7mj

Tapas Behera
  • Published: Monday, 28 December 2020
  • Updated: 28 December 2020, 09:10 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):ମାଓ ଦମନରେ ଓଡିଶା ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ।  କଟକରେ ଚାଲିଥିବା ଆଇପିଏସ୍ ଅଫିସର୍ସ କନଫରେନ୍ସରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କୁ ସମ୍ବୋଧିତ କରି ବିପିନ ରାୱତ କହିଛନ୍ତି, ଓଡ଼ିଶା ପୁଲିସ ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିପାରିଛି । ରାଜ୍ୟରେ ଅପରାଧ ହାର ବହୁତ କମ୍ ଏବଂ ମାଓ ଦମନରେ ମଧ୍ୟ ରାଜ୍ୟ ସଫଳ ହୋଇଛି । ଆଗକୁ ମଧ୍ୟ ଓଡିଶା ପୁଲିସ ରାଜ୍ୟ ବାସୀଙ୍କ ପାଇଁ ସୁରକ୍ଷା ଏବଂ ଆତ୍ମବିଶ୍ୱାସର ସ୍ତମ୍ଭ ହୋଇ ରହିବ ବୋଲି ଆଶା ରଖିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ।  ସେପଟେ କେନ୍ଦ୍ରୀୟ ଫୋର୍ସ ସହ ସମନ୍ୱୟ ରଖି ଓଡିଶା ପୁଲିସ ମାଓ ଦମନରେ ସଫଳ ହୋଇଛି ବୋଲି ପୋଲିସ ଡିଜି ଅଭୟ କହିଛନ୍ତି । ଏଥିସହ ଜାତୀୟ ସୁରକ୍ଷା ଓ ଦେଶର ସୁରକ୍ଷା ସ୍ଥିତି ପ୍ରସଙ୍ଗରେ ନିଜ ମତ ରଖି ସିଡିଏସ ଜେନେରାଲ ବିପିନ ରାୱତ ଦିଗଦର୍ଶନ ଦେଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos