କରୋନା ସମ୍ପର୍କିତ କଟକଣା ଭାଙ୍ଗିବା ଅଭିଯୋଗରେ ୨୪୫ ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସମ୍ପର୍କିତ କଟକଣା ଭଙ୍ଗ ଅଭିଯୋଗରେ ୨୪୫ଟି ମାମଲା ରୁଜୁ ହୋଇଛି। ସେଥିରୁ ଲକ୍‌ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ୨୨୯ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ୍‌ କ୍ୱାରେଣ୍ଟାଇନ ନିୟମ ଭଙ୍ଗ ନେଇ ୬ ଜଣଙ୍କ ବିରୋଧରେ ମାମଲା ହୋଇଛି। ଲକ୍‌ଡାଉନ୍‌ ବେଳେ ଅନ୍ୟାନ୍ୟ ନିୟମ ଭଙ୍ଗ ନେଇ ୧୦ଟି ମାମଲା ରୁଜୁ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଛି। ‘କରୋନା’ ଭୟାବହତା ଦେଖି କେନ୍ଦ୍ର ସରକାର ସମଗ୍ର […]

BHUBANESWAR LOCK DOWN

Manoranjan Sial
  • Published: Thursday, 02 April 2020
  • , Updated: 02 April 2020, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସମ୍ପର୍କିତ କଟକଣା ଭଙ୍ଗ ଅଭିଯୋଗରେ ୨୪୫ଟି ମାମଲା ରୁଜୁ ହୋଇଛି। ସେଥିରୁ ଲକ୍‌ଡାଉନ୍‌ କଟକଣା ଭାଙ୍ଗିବା ଅଭିଯୋଗରେ ୨୨୯ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ୍‌ କ୍ୱାରେଣ୍ଟାଇନ ନିୟମ ଭଙ୍ଗ ନେଇ ୬ ଜଣଙ୍କ ବିରୋଧରେ ମାମଲା ହୋଇଛି। ଲକ୍‌ଡାଉନ୍‌ ବେଳେ ଅନ୍ୟାନ୍ୟ ନିୟମ ଭଙ୍ଗ ନେଇ ୧୦ଟି ମାମଲା ରୁଜୁ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଛି।

‘କରୋନା’ ଭୟାବହତା ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଘରୁ ନବାହାରିବା ପାଇଁ ଦେଶବାସୀଙ୍କୁ ଅପିଲ୍‌ କରାଯାଇଥିଲା। ଯେଉଁମାନେ ଏହି ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହା ସତ୍ତ୍ୱେ କେତେକ ଅବୋଲକରା ନିୟମକୁ ଭାଙ୍ଗିଛନ୍ତି। ସେଥିପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ କିଛି ଅବୋଲକରାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଆଜି ସୁଦ୍ଧା ‘କରୋନା’ ସମ୍ପର୍କିତ କଟକଣା ଭାଙ୍ଗିବା ଅଭିଯୋଗରେ ୨୪୫ଟି ମାମଲା ରୁଜୁ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଛି।

Related story