ଓଡ଼ିଶାର ଦୁଇ ପୋଲିସ ଅଫିସର ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ଓଡ଼ିଶାର ଦୁଇ ଜଣ ପୋଲିସ ଅଫିସର ରାଷ୍ଟ୍ରପତି ପୋଲିସ ପଦକ ପାଇବେ। ଏହି ପୋଲିସ ଅଫିସର ହେଲେ ଆଇଜି ସୁଶାନ୍ତ ନାଥ ଓ ଭଦ୍ରକ ଏସ୍‌ପି ଦିଲୀପ ଦାସ। ଏହାସହ ୧୧ ଜଣ ପୋଲିସ ଅଧିକାରୀ ମେରିଟୋରିୟସ ରାଷ୍ଟ୍ରପତି ପୋଲିସ ପଦକ ପାଇବେ। ଏମାନଙ୍କ ମଧ୍ୟରେ ଅଛନ୍ତି କୋରାପୁଟ ରେଞ୍ଜ ଡିଆଇଜି ଏସ୍‌. ସାଇନି, ଏଏସ୍‌ପି ଭି. ରଘୁନାଥ ରାଓ, ଟିଟିଲାଗଡ଼ ଏସ୍‌ଡିପିଓ ଦିଲୀପ ପୁରୋହିତ, ଭିଜିଲାନ୍ସ ଡିଏସ୍‌ପି ବିଭୁଧେନ୍ଦୁ ସାହୁ। ସେହିପରି ଇନ୍ସପେକ୍ଟର ଗୀତାରାଣୀ  […]

home-banner-01

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 09:24 PM IST

ଭୁବନେଶ୍ୱର: ଓଡ଼ିଶାର ଦୁଇ ଜଣ ପୋଲିସ ଅଫିସର ରାଷ୍ଟ୍ରପତି ପୋଲିସ ପଦକ ପାଇବେ। ଏହି ପୋଲିସ ଅଫିସର ହେଲେ ଆଇଜି ସୁଶାନ୍ତ ନାଥ ଓ ଭଦ୍ରକ ଏସ୍‌ପି ଦିଲୀପ ଦାସ।

ଏହାସହ ୧୧ ଜଣ ପୋଲିସ ଅଧିକାରୀ ମେରିଟୋରିୟସ ରାଷ୍ଟ୍ରପତି ପୋଲିସ ପଦକ ପାଇବେ। ଏମାନଙ୍କ ମଧ୍ୟରେ ଅଛନ୍ତି କୋରାପୁଟ ରେଞ୍ଜ ଡିଆଇଜି ଏସ୍‌. ସାଇନି, ଏଏସ୍‌ପି ଭି. ରଘୁନାଥ ରାଓ, ଟିଟିଲାଗଡ଼ ଏସ୍‌ଡିପିଓ ଦିଲୀପ ପୁରୋହିତ, ଭିଜିଲାନ୍ସ ଡିଏସ୍‌ପି ବିଭୁଧେନ୍ଦୁ ସାହୁ। ସେହିପରି ଇନ୍ସପେକ୍ଟର ଗୀତାରାଣୀ  ସ୍ୱାଇଁ, ଇନ୍ସପେକ୍ଟର ପ୍ରମୋଦ ସାହୁ, ଏସ୍‌ଆଇ ଦଳବନ୍ଧୁ ପ୍ରଧାନ, ଏଏସ୍‌ଆଇ ସୁବାସ ମିଶ୍ର, ହାବିଲଦାର ମୋହନ ମଲ୍ଲିକ, କନଷ୍ଟେବଳ ରାମେଶ୍ୱର ନାୟକ ମଧ୍ୟ ମେରିଟୋରିୟସ୍‌ ପଦକ ପାଇବେ।

Related story