ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ସ୍ଥାନ ପାଇବନି ଓଡ଼ିଶା ମେଢ଼: ଖେଳ ଖେଳିଦେଲା କି କେନ୍ଦ୍ର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବନି ଓଡ଼ିଶାର ପ୍ରଜ୍ଞାପନ ମେଢ। ୨୨ଟି ପ୍ରଜ୍ଞାପନ ମେଢ ଭିତରୁ ଓଡ଼ିଶାକୁ ବାଦ ଦିଆଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ବି ଓଡ଼ିଶାର ୪ଟି ପ୍ରଜ୍ଞାପନ ମେଢ ଡିଜାଇନ ପ୍ରସ୍ତୁତ କରି ଜୁରି ସଦସ୍ୟଙ୍କ ପାଖକୁ ପଠା ଯାଇଥିଲା। ୨୦୦ ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହ ଏବଂ ଗଞ୍ଜାମର ଠାକୁରାଣୀ ଯାତ୍ରାର ଝଲକ ମେଢରେ ରଖାଯାଇଥିଲା। କିନ୍ତୁ ଏହା ମଧ୍ୟରୁ ୧୬ ଜଣିଆ ଟିମ୍ […]

odisha pragnyapana madha not allowed in delhi

Rakesh Mallick
  • Published: Wednesday, 10 January 2018
  • , Updated: 10 January 2018, 08:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବନି ଓଡ଼ିଶାର ପ୍ରଜ୍ଞାପନ ମେଢ। ୨୨ଟି ପ୍ରଜ୍ଞାପନ ମେଢ ଭିତରୁ ଓଡ଼ିଶାକୁ ବାଦ ଦିଆଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ବି ଓଡ଼ିଶାର ୪ଟି ପ୍ରଜ୍ଞାପନ ମେଢ ଡିଜାଇନ ପ୍ରସ୍ତୁତ କରି ଜୁରି ସଦସ୍ୟଙ୍କ ପାଖକୁ ପଠା ଯାଇଥିଲା। ୨୦୦ ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହ ଏବଂ ଗଞ୍ଜାମର ଠାକୁରାଣୀ ଯାତ୍ରାର ଝଲକ ମେଢରେ ରଖାଯାଇଥିଲା। କିନ୍ତୁ ଏହା ମଧ୍ୟରୁ ୧୬ ଜଣିଆ ଟିମ୍ ଠାକୁରାଣୀ ଯାତ୍ରା ଝଲକ ଥିବା ମେଢକୁ ଚୟନ କରିଥିଲେ। ଏଥିପାଇଁ ୧ ମିନିଟର ସଙ୍ଗିତ ସହିତ ଡେମୋ ବି ପ୍ରସ୍ତୁତ ସରିଥିଲା। କିନ୍ତୁ ଏସବୁ ବାଦ ୬ଟି ବୈଠକ ସରିଥିଲେ ମଧ୍ୟ ସପ୍ତମ ବୈଠକରେ ଓଡିଶାକୁ ବାଦ ଦେଇଛି ସାଧାରଣତନ୍ତ୍ର ଦିବସର ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଟିମ୍। ଫଳରେ ଏହି ପରମ୍ପରାରେ ଲାଗିଛି ବ୍ରେକ୍। ଅନ୍ୟପଟେ ଡିଜାଇନ ପ୍ରସ୍ତୁତ କରିଥିବା ଟିମ୍ ଓ ଦାୟିତ୍ୱରେ ଥିବା ଲୋକ ସମ୍ପର୍କ ବିଭାଗ ଚିଫ ଡିଜାଇନର ନିରାଶ ହୋଇଛନ୍ତି।

Related story