ଦୁଇ ଡୋଜ୍ କୋଭିଡ୍ ଟିକା ନେଇଛନ୍ତି ମାତ୍ର ୧୨ଲକ୍ଷ: ଅନଲକ୍ ପାଇଁ କସରତ୍ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୮ବର୍ଷରୁ ଅଧିକ ବୟସର ପ୍ରାୟ ସାଢ଼େ ୩କୋଟି ଲୋକଙ୍କ ମଧ୍ୟରୁ ଆଜିସୁଦ୍ଧା ମାତ୍ର ୧୨ଲକ୍ଷ ଲୋକ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଛନ୍ତି । ସମଗ୍ର ରାଜ୍ୟରେ ମାତ୍ର ୬୫.୧୨ଲକ୍ଷ ଲୋକ ଟିକା(ପ୍ରଥମ ଡୋଜ୍‌) ନେଇଥିବାବେଳେ ରାଜ୍ୟ ସରକାର ଅନଲକ୍ ପାଇଁ କସରତ ଆରମ୍ଭ କରିଦେଇଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ୫%ରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ଅନଲକ୍ ସପକ୍ଷରେ […]

corona1

corona1

Ordigital Desk
  • Published: Saturday, 12 June 2021
  • Updated: 12 June 2021, 10:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୮ବର୍ଷରୁ ଅଧିକ ବୟସର ପ୍ରାୟ ସାଢ଼େ ୩କୋଟି ଲୋକଙ୍କ ମଧ୍ୟରୁ ଆଜିସୁଦ୍ଧା ମାତ୍ର ୧୨ଲକ୍ଷ ଲୋକ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଛନ୍ତି । ସମଗ୍ର ରାଜ୍ୟରେ ମାତ୍ର ୬୫.୧୨ଲକ୍ଷ ଲୋକ ଟିକା(ପ୍ରଥମ ଡୋଜ୍‌) ନେଇଥିବାବେଳେ ରାଜ୍ୟ ସରକାର ଅନଲକ୍ ପାଇଁ କସରତ ଆରମ୍ଭ କରିଦେଇଛନ୍ତି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ୫%ରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ଅନଲକ୍ ସପକ୍ଷରେ ଆଜି ଯୁକ୍ତି ବାଢ଼ି ଥିବାବେଳେ ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଅନୁରୂପ ପାଇଁ ଲକଡାଉନ୍ ଓ ଶଟଡାଉନ୍ ଉଠାଇ ଦେବାକୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅନୁରୋଧ କରିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ହାର ଆଶାନୁରୂପ ହୋଇନଥିବାବେଳେ ଲକଡାଉନ୍ ଓ ଅନଲକ୍ ପ୍ରକ୍ରିୟାର ଖେଳ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିିକୁ ଅଧିକ ସଙ୍ଗୀନ କରିବାର ଆଶଙ୍କା ଦେଖାଦେଇଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସବୁ ଦିଗରୁ ବିଚାରବିମର୍ଶ କରି ଅନଲକ୍ ପାଇଁ ସରକାର ନିଷ୍ପତ୍ତି ନେଉଛନ୍ତି। ପର୍ଯାୟକ୍ରମେ ଅନଲକ୍ ଆରମ୍ଭ ହେବା ସମସ୍ତଙ୍କ ପାଇଁ ଭଲ। କିଛି କଟକଣା କୋହଳ ହେବ ଓ କିଛି ପୂର୍ବପରି ବଳବତ୍ତର ରହିବ । ୧୭ତାରିଖ ପରେ କ’ଣ ହେବ ସେନେଇ ଖୁବଶୀଘ୍ର ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ। ତେବେ ୧୦% ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା ବଳବତ୍ତର ରହିବ ଓ ୫% ତଳେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା କୋହଳ କରାଯିବ । ଖୋର୍ଦ୍ଧା, କଟକ, ଯାଜପୁର ଓ ଅନୁଗୁଳ ଜିଲ୍ଲା ପାଇଁ ସ୍ପେଶାଲ ଷ୍ଟ୍ରାଟେଜି କରାଯିବ। ପୂର୍ବ କେସ୍ ଲୋଡ୍ ଓ ଏବେ କିଛି ଗୁରୁତର ଥିବା କୋଭିଡ୍ ମୃତ୍ୟୁସଂଖ୍ୟା ବଢ଼ୁଛି। ଏବେ ୬୨% ଭେଣ୍ଟିଲେଟର ଓ ଆଇସିୟୁରେ କୋଭିଡ୍ ରୋଗୀ ଅଛନ୍ତି।

ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି ଯେ, ୧୭ତାରିଖ ବେଳକୁ କରୋନା ହାର ରାଜ୍ୟରେ ୫% ଖସିବା ସମ୍ଭାବନା ରହିଛି। ସଂକ୍ରମଣ ହାର ୫% ଥିବା ଜିଲ୍ଲାରେ ଲକଡାଉନ୍ କୋହଳ କରାଯାଉ। ଦ୍ୱିତୀୟ ଡୋଜ୍ ଟିକା ୬ରୁ ୮ ସପ୍ତାହ ମଧ୍ୟରେ ନେବା ଉଚିତ୍। ଟିକା ନେଲେ ପୁନଃ ସଂକ୍ରମଣ ଭୟ ରହିବନି। ବିଭିନ୍ନ ଗବେଷଣାରୁ ଏହି ତଥ୍ୟ ଆସିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛିଦିନ ଧରି ସଂକ୍ରମଣ ହାର କମୁଥିଲେ ମଧ୍ୟ ଏବେ ରାଜ୍ୟରେ ମୋଟ୍ ସଂକ୍ରମଣ ହାର ୬.୭୩% ରହିଛି। ଆଜିର ତଥ୍ୟ ଅନୁସାରେ, ସୁନ୍ଦରଗଡ଼, ସୋନପୁର, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିର, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲା ସମେତ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ୩ ପ୍ରତିଶତରୁ ବି କମ୍ ରହିଛି। କଳାହାଣ୍ଡିରେ ସଂକ୍ରମଣ ହାର ୪.୦୭% ରହିଛି। ଅନ୍ୟପକ୍ଷରେ ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ, କଟକ,ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଥିବାବେଳେ ଯାଜପୁରରେ ସର୍ବାଧିକ ୧୯.୪୮% ରହିଛି। ବାଲେଶ୍ୱର ଓ ରାୟଗଡ଼ରେ ମଧ୍ୟ ସଂକ୍ରମଣ ହାର ସାଢ଼େ ୯ ପ୍ରତିଶତରୁ ଅଧିକ ରହିଛି।

ଅନ୍ୟପକ୍ଷରେ, ରାଜ୍ୟରେ ଏବେସୁଦ୍ଧା ୬.୩୧ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଟିକା ଓ ୪.୫୬ଲକ୍ଷଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ଏମାନଙ୍କ ବ୍ୟତୀତ ୬୫.୧୨ଲକ୍ଷ ସାଧାରଣ ଲୋକଙ୍କୁ ପ୍ରଥମ ଡୋଜ୍ ଓ ୧୧.୯୮ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬.୮୭ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଓ ୩.୧୩ଲକ୍ଷଙ୍କୁ ଦ୍ୱିତୀୟ ଡୋଜ୍‌, ଗଞ୍ଜାମରେ ୬.୩୮ଲକ୍ଷଙ୍କୁ ପ୍ରଥମ ଡୋଜ୍ ଓ ୧.୦୮ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌, କଟକରେ ୫.୨୩ଲକ୍ଷଙ୍କୁ ପ୍ରଥମ ଓ ୬୮୩୬୧ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ସୁନ୍ଦରଗଡ଼ରେ ୩.୮୯ଲକ୍ଷଙ୍କୁ ପ୍ରଥମ ଓ ୩୪୭୪୫ଜଣଙ୍କୁ ଦ୍ୱିତୀୟ, ପୁରୀରେ ୩.୨୮ଲକ୍ଷଙ୍କୁ ପ୍ରଥମ ଓ ୩୫୨୪୮ଜଣଙ୍କୁ ଦ୍ୱିତୀୟ, ବାଲେଶ୍ୱରରେ ୩.୮୮ଲକ୍ଷଙ୍କୁ ପ୍ରଥମ ଓ ୭୮୪୬୨ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବାବେଳେ ଅନ୍ୟ କୌଣସି ଜିଲ୍ଲାରେ ପ୍ରଥମ ଡୋଜ୍ ଟିକା ପରିମାଣ ୩ଲକ୍ଷ ଟପି ନଥିବାବେଳେ ଦ୍ୱିତୀୟ ଡୋଜ୍ ବି ଲକ୍ଷେ ଟପିନି।

ତେଣୁ ଏଭଳି ସ୍ଥିତିରେ, ସରକାର ଅନଲକ୍ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସାମୁହିକ ଟିକାକରଣ ହାର ଓ ଗ୍ରାମାଂଚଳରେ ସଂକ୍ରମଣ ହାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଘରକୁ ଘର ସର୍ଭେ କାର୍ଯ୍ୟ ଅଧିକାଂଶ ଜିଲ୍ଲାରେ ଠପ୍ ହୋଇପଡ଼ିଥିବାରୁ ଗ୍ରାମାଂଚଳରେ କୋଭିଡର ବାସ୍ତବ ସ୍ଥିତି ମଧ୍ୟ ସରକାରଙ୍କ ନଜରକୁ ଆସିପାରୁନି। ଗାଁ ଗହଳିର ଅଧିକାଂଶ ଲୋକ କୋଭିଡ୍ ପରୀକ୍ଷା କରିବାକୁ ମଧ୍ୟ ଅନାଗ୍ରହ ହେଉଛନ୍ତି। ଯାହାକି ଗାଁ ଗହଳିର ସ୍ଥିତିକୁ ବିପଦଜନକ କରି ରଖିଛି। ତେଣୁ ଜୀବନ ଓ ଜୀବିକା ମଧ୍ୟରେ ତାଳମେଳ ରକ୍ଷା କରିବା ପାଇଁ ପଦକ୍ଷେପ ନେବା ପୂର୍ବରୁ ସରକାର ଏସବୁ ଦିଗ ପ୍ରତି ବିଚାର କରିବାର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story