ଓଡ଼ିଶାରେ ୬୪ବର୍ଷ ଧରି ନିଶା ନିବାରଣ ଆଇନ ଅକାମୀ, ସେପ୍ଟେମ୍ବର ୧୫ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ସ୍ୱାଧୀନତାର ମାତ୍ର ୧୦ବର୍ଷ ପରେ ଓଡ଼ିଶାରେ ନିଶାଦ୍ରବ୍ୟ କାରବାରକୁ ନିଷେଧ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଶା ନିବାରଣ ଆଇନ-୧୯୫୬’ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଦୀର୍ଘ ୬୪ବର୍ଷ ମଧ୍ୟରେ ଅନେକ ସରକାର ରାଜ୍ୟରେ ରହିଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିବା ଏହି ଆଇନକୁ କାର୍ଯ୍ୟକାରୀ ନିମନ୍ତେ ଉଦ୍ୟମ କରିନାହାନ୍ତି। ଏହି ଆଇନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି […]

Orissa High Court

Orissa High Court

Ordigital Desk
  • Published: Thursday, 01 July 2021
  • Updated: 01 July 2021, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ସ୍ୱାଧୀନତାର ମାତ୍ର ୧୦ବର୍ଷ ପରେ ଓଡ଼ିଶାରେ ନିଶାଦ୍ରବ୍ୟ କାରବାରକୁ ନିଷେଧ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଶା ନିବାରଣ ଆଇନ-୧୯୫୬’ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଦୀର୍ଘ ୬୪ବର୍ଷ ମଧ୍ୟରେ ଅନେକ ସରକାର ରାଜ୍ୟରେ ରହିଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିବା ଏହି ଆଇନକୁ କାର୍ଯ୍ୟକାରୀ ନିମନ୍ତେ ଉଦ୍ୟମ କରିନାହାନ୍ତି। ଏହି ଆଇନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ହାଇକୋର୍ଟରେ ଗତ ୨୦୧୩ ମସିହାରେ ଆଡଭୋକେଟ୍ ଅରୁଣ କୁମାର ବୁଧିଆ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାଏର କରି ଏହି ଓଡ଼ିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ୨୦୨୧ ଏପ୍ରିଲ ୫ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଏହି ମାମଲାରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ରଖିବାପରେ ବିଫଳ ହେବାପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ . ମୁରଲୀଧର ଓ ଜଷ୍ଟିସ ଏସକେ ପାଣିଗ୍ରାହୀଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟରେ ଏହି ମାମଲାରେ ସରକାର ତାଙ୍କ ପକ୍ଷ ରଖି ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ନିୟନ୍ତ୍ରଣ ପାଇଁ କେତେକ ପଦକ୍ଷେପ ନେଇଥିବା ସମ୍ପର୍କରେ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ମାତ୍ର ଆବେଦନକାରୀ ଯୁକ୍ତି ବାଢ଼ିଥିଲେ ଯେ ଓଡ଼ିଶା ନିବାରଣ ଆଇନ ଅନ୍ତର୍ଗତ ନାକେବଳ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ କଟକଣା ରହିଛି ବରଂ ସବୁ ପ୍ରକାରର ମଦ ବିକ୍ରି ଓ ପ୍ରସ୍ତୁତି ଉପରେ କଟକଣା ଅଛି। ତେବେ ସରକାରୀ ଓକିଲ ଡିକେ ମହାନ୍ତି ଏହି ମାମଲାରେ ଖଣ୍ଡପୀଠଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବେ ବୋଲି କହିବା ପରେ କୋର୍ଟ ମାମଲାର ଶୁଣାଣି ଜୁନ୍ ୨୨ତାରିଖକୁ ଧାର୍ଯ୍ୟ କରିଥିଲେ। କିନ୍ତୁ ସରକାରୀ ଓକିଲ ପୁଣିଥରେ ଏହି ମାମଲାରେ ସତ୍ୟପାଠ ଦାଖଲ ପାଇଁ ଅଧିକ ଦିନ ସମୟ ଲୋଡ଼ିଛନ୍ତି। ଖଣ୍ଡପୀଠ ଏହି ଆଇନ ଉପରେ ସରକାରଙ୍କୁ ସେପ୍ଟେମ୍ବର ୧୫ତାରିଖ ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ନିବାରଣ ଆଇନ-୧୯୫୬ର ପ୍ରାବଧାନ ଅନୁସାରେ ରାଜ୍ୟରେ ମଦ ଓ ନିଶାଦ୍ରବ୍ୟ ପ୍ରସ୍ତୁତି, ବିକ୍ରି ଓ ସେବନ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ଓଡ଼ିଶା ନିବାରଣ ଆଇନ-୧୯୩୯କୁ ଉଚ୍ଛେଦ କରି ଏହି ଆଇନକୁ ଅଣାଯାଇଥିଲା। ରାଜ୍ୟ ବିଧାନସଭାରେ ଗୃହୀତ ଏହି ଆଇନକୁ ୧୯୫୭ ମସିହା ଫେବୃୟାରୀ ୨୧ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା। ଯାହାକି ୧୯୫୭ ଏପ୍ରିଲ ୧୦ତାରିଖରେ ଓଡ଼ିଶା ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇଥିଲା। ମାତ୍ର ପରିତାପର ବିଷୟ ରାଷ୍ଟ୍ରପତିଙ୍କ ସ୍ୱୀକୃତି, ଗେଜେଟ୍ ବିଜ୍ଞପ୍ତି ସତ୍ତ୍ୱେ ଗତ ୬୪ବର୍ଷ ଧରି ରାଜ୍ୟର କୌଣସି ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି । ଗତ ୨୧ବର୍ଷ ଧରି ରାଜ୍ୟରେ ବିଜେଡିର ସରକାର ରହିଥିଲେ ମଧ୍ୟ ଏହି ଆଇନକୁ କାର୍ଯ୍ୟକାରୀ କରିବା ବଦଳିରେ ଅବକାରୀ ଟିକସ ମାଧ୍ୟମରେ ରାଜକୋଷକୁ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି।

ଏହି ଆଇନ କାହିଁକି କାର୍ଯ୍ୟକାରୀ କରାଯାଉନି ଓ ହାଇକୋର୍ଟରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ସେ ନେଇ ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story