ପୋଲାଭରମ୍‌ ପ୍ରକଳ୍ପକୁ ନାବାର୍ଡ଼ର  ଆର୍ଥିକ ସହାୟତାକୁ ବିଜେଡିର ବିରୋଧ

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ନାବାର୍ଡ଼ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନକୁ ରାଜ୍ୟ ସରକାର ବିରୋଧ କରିଛନ୍ତି। ଏହାକୁ ନେଇ ଆଜି ଶାସକ ଦଳର ବିଧାୟକମାନେ ବିଧାନସଭାରେ ହଙ୍ଗାମା କରିଛନ୍ତି।  ଗୃହ ବାହାରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ବିରୋଧରେ ମଧ୍ୟ ବର୍ଷିଛନ୍ତି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ୍‌ ଓ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବାକୁ ପଛାଇନାହାନ୍ତି। ପୋଲାଭରମ୍‌ ପ୍ରକଳ୍ପକୁ ନାବାର୍ଡ଼ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବ। ଏ ନେଇ ପୋଲାଭରମ୍‌ ପ୍ରୋଜେକ୍ଟ ଅଥରିଟି […]

polavaram-2

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 08:45 PM IST

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ନାବାର୍ଡ଼ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନକୁ ରାଜ୍ୟ ସରକାର ବିରୋଧ କରିଛନ୍ତି। ଏହାକୁ ନେଇ ଆଜି ଶାସକ ଦଳର ବିଧାୟକମାନେ ବିଧାନସଭାରେ ହଙ୍ଗାମା କରିଛନ୍ତି।  ଗୃହ ବାହାରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ବିରୋଧରେ ମଧ୍ୟ ବର୍ଷିଛନ୍ତି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ୍‌ ଓ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବାକୁ ପଛାଇନାହାନ୍ତି।

ପୋଲାଭରମ୍‌ ପ୍ରକଳ୍ପକୁ ନାବାର୍ଡ଼ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବ। ଏ ନେଇ ପୋଲାଭରମ୍‌ ପ୍ରୋଜେକ୍ଟ ଅଥରିଟି ଓ ନାବାର୍ଡ଼ ମଧ୍ୟରେ ଚୁକ୍ତି ହୋଇଛି। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୨୮୭୯୬ କୋଟି ଟଙ୍କା ନାବାର୍ଡ଼ ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧୫ ତାରିଖ ସୁଦ୍ଧା ନାବାର୍ଡ଼ ୮୦୦ କୋଟି ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଛି।

କେନ୍ଦ୍ର ମନ୍ତ୍ରୀ ୱାଇ.ଏସ୍‌ ଚୌଧୁରୀ ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ୨୦୧୮ରେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି। ଏହାର ପ୍ରତିବାଦରେ ଅକ୍ଟୋବର ୧ରୁ ଦକ୍ଷିଣ ଓଡ଼ିଶାରେ ୭ଟି ଜିଲ୍ଲାରେ ବିଜେଡି କରିବ ହରତାଳ। ଏହି ସମୟରେ ମାଲବାହୀ ଟ୍ରେନ୍‌ ଗୁଡ଼ିକୁ ୪ ଘଣ୍ଟା ଲେଖାଏଁ ଅଟକରଖା ଯିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।

ବିଜେଡି ବିଧାୟକ ସମୀର ଦାସ କହିଛନ୍ତି, “ପୋଲାଭରମ ପ୍ରକଳ୍ପ ପାଇଁ ଅକ୍ଟୋବର ୧୫ ସୁଦ୍ଧା ନାବାର୍ଡ଼ ପ୍ରଥମ ପର୍ଯ୍ୟାୟରେ ୮୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛି। ଏହାର ପ୍ରତିବାଦର ସ୍ୱର ବିଧାନସଭାରେ ପ୍ରତିଫଳିତ ହୋଇଛି।”

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ପୋଲାଭରମ କଥା ଶାସକ ଦଳ ଉଠାଇଛି। ହେଲେ ୯ ବର୍ଷ ଧରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବିଧାନସଭାରେ ପାଟି ତୁଣ୍ଡକରି ଏହାକୁ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶାବାସୀ ବୁଝିପାରିବେ ପ୍ରକୃତରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏମାନେ କେତେ ଆଗ୍ରହୀ ଓ କେତେ ଉଦ୍ୟମ କରୁଛନ୍ତି।‘”

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ମହାନଦୀ, ପୋଲାଭରମ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସରକାର ଗୋଟିଏ ଶ୍ୱେତପତ୍ର ଗୃହରେ ଉପସ୍ଥାପନ କରନ୍ତୁ ଓ ତାଙ୍କର ପରବର୍ତ୍ତୀ ପଦକ୍ଷେପ ଗୃହକୁ ଅବଗତ କରାନ୍ତୁ।”

Related story