ନିଜାମୁଦ୍ଦିନ ସଂକ୍ରମଣକୁ ନେଇ ଓଡ଼ିଶାରେ ଛନକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସୁପରସ୍ପ୍ରେଡ୍‌ର ଦିଲ୍ଲୀ ନିଜାମୁଦ୍ଦିନ ମର୍କଜ ଘଟଣାରେ ଧିରେ ଧିରେ ଖୋଲୁଛି ଓଡ଼ିଶା ଲିଙ୍କ୍।  ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ କେତେ ଲୋକ ସାମିଲ ହୋଇଥିଲେ ତାହା ସରକାରୀ ଭାବେ ସ୍ପଷ୍ଟ ହୋଇନଥିଲେ ବି ଦିଲ୍ଲୀରେ ଓଡ଼ିଶାରୁ ୧୭ ଜଣ ଲୋକ ରହିଥିବା ସୂଚନା ମିଳୁଛି । ସେହିପରି ଓଡ଼ିଶା ଫେରିଆସିଥିବା କିଛି ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସେପଟେ ମସଜିଦ୍ ପରିସରକୁ ସଂପୂର୍ଣ୍ଣ ଖାଲି କରି ଏହାର ବିଶୋଧୀକରଣ କରାଯାଇଛି। ଧର୍ମସଭାରେ ସାମିଲ ବିଭିନ୍ନ […]

7690-1

7690-1

Tapas Behera
  • Published: Wednesday, 01 April 2020
  • Updated: 01 April 2020, 08:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସୁପରସ୍ପ୍ରେଡ୍‌ର ଦିଲ୍ଲୀ ନିଜାମୁଦ୍ଦିନ ମର୍କଜ ଘଟଣାରେ ଧିରେ ଧିରେ ଖୋଲୁଛି ଓଡ଼ିଶା ଲିଙ୍କ୍।  ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ କେତେ ଲୋକ ସାମିଲ ହୋଇଥିଲେ ତାହା ସରକାରୀ ଭାବେ ସ୍ପଷ୍ଟ ହୋଇନଥିଲେ ବି ଦିଲ୍ଲୀରେ ଓଡ଼ିଶାରୁ ୧୭ ଜଣ ଲୋକ ରହିଥିବା ସୂଚନା ମିଳୁଛି ।

ସେହିପରି ଓଡ଼ିଶା ଫେରିଆସିଥିବା କିଛି ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସେପଟେ ମସଜିଦ୍ ପରିସରକୁ ସଂପୂର୍ଣ୍ଣ ଖାଲି କରି ଏହାର ବିଶୋଧୀକରଣ କରାଯାଇଛି। ଧର୍ମସଭାରେ ସାମିଲ ବିଭିନ୍ନ ରାଜ୍ୟର ୧୨୮ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ଘଟିଲାଣି।

ଓଡ଼ିଶାରେ ନିଜାମୁଦ୍ଦିନ ଛନକା ରାଜ୍ୟରୁ କିଛି ଲୋକ ଏହି ଧର୍ମସଭାରେ ଯୋଗ ଦେଇଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତ ସଂଖ୍ୟା କେତେ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି। ଏବେ ଓଡ଼ିଶାର ୧୭ ଜଣ ଦିଲ୍ଲୀରେ ଥିବା ସୂଚନା ମିଳିଛି। ୧୪ ଜଣଙ୍କୁ ତୁଗଲଗାବାଦ୍‌ରେ ରଖାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ରାଜୀବ ଗାନ୍ଧି ସୁପର୍ ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅନ୍ୟ ଜଣେ ପୁରୀ ଜିଲ୍ଲାରେ ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାବଦରେ ଅଧିକ ତଥ୍ୟ ମିଳିପାରିନି।  ଏପଟେ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଆସିଥିବା କିଛି ଲୋକଙ୍କ ସଂପର୍କରେ ସୂଚନା ମିଳିଛି । କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଉଭୟଙ୍କୁ ହସପିଟାଲ୍ ଆଇସୋଲେସନ୍ ଓ ସେମାନଙ୍କ ପରିବାରକୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । କୋରାପୁଟ ଜିଲ୍ଲାର ଜୟପୁର ଓ କୋଟ୍ପାଡରୁ ମୋଟ୍ ୨ ଜଣ, କଟକ ଏବଂ ରାଉରକେଲାରୁ ମଧ୍ୟ ୨ ଜଣ ଲେଖାଏଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେଇ ଅସମର୍ଥିତ ସୂତ୍ରରୁ ଖବର ଆସୁଛି।

ନିଜାମୁଦ୍ଦିନ ମର୍କଜ୍ ଘଟଣାରେ ଏଯାଏଁ ଦେଶବ୍ୟାପୀ ୧୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତାମିଲନାଡୁର ୫୦,ଦିଲ୍ଲୀର ୨୪, ତେଲେଙ୍ଗାନର ୨୧, ଆନ୍ଧ୍ରପ୍ରଦେଶର ୨୧, ଆଣ୍ଡାମାନର ୧୦, ଆସାମ ଏବଂ  ଜାମ୍ମୁ ଓ କାଶ୍ମୀରର ଜଣେ ଲେଖାଏଁ ଅଛନ୍ତି । ତେଲେଙ୍ଗାନାର ୬ ଜଣଙ୍କୁ ମିଶାଇ ୯ ଜଣଙ୍କ ଜୀବନ ବି ଯାଇଛି । ଇଣ୍ଡୋନେସିଆ ଓ ମାଲେସିଆ ଭଳି ଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଜରିଆରେ ଭୂତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ଏହି ଦୁଇ ଦେଶର ୬୨ ଜଣ ଶ୍ରଦ୍ଧାଳୁ କର୍ଣ୍ଣାଟକ ଗସ୍ତ କରିଥିବା ବେଳେ ତେଲେଙ୍ଗାନାରୁ କରୋନା ସଂକ୍ରମିତ ୮ ଇଣ୍ଡୋନେସୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା । ଧର୍ମସଭାରେ ସାମିଲ ୮ଶହରୁ ଅଧିକ ବିଦେଶୀ ନାଗରିକ ବିଭିନ୍ନ ରାଜ୍ୟ ଗସ୍ତ କରିଥିବା ସୂଚନା ମିଳିବା ପରେ ଦେଶବ୍ୟାପୀ ଲୋକେ ଆତଙ୍କିତ ହୋଇପଡିଛନ୍ତି।  ବିଭିନ୍ନ ରାଜ୍ୟରେ ଦୁଇ ହଜାରରୁ ଅଧିକ ଲୋକଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। କଟକଣା ସତ୍ତ୍ୱେ ଧର୍ମସଭା ଆୟୋଜନ କରିବା ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍‌ଭି।

ସେପଟେ ନିଜାମୁଦ୍ଦିନ ମର୍କଜରୁ ୨ ହଜାର ୩୬୧ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୬୧୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି । ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଆଜି ମସଜିଦ୍ ଓ ଏହା ଚାରିପାଖ ଅଞ୍ଚଳର ବିଶୋଧୀକରଣ କରାଯାଇଛି।

କରୋନା ସଂକ୍ରମଣ ସତ୍ତ୍ୱେ ମସଜିଦ୍ ଖାଲି କରିବା ସହ କରୋନା ଟେଷ୍ଟ ପାଇଁ ତବଲିଗ୍ ଜମାତ୍ କର୍ମକର୍ତ୍ତା ରାଜି ହୋଇନଥିଲେ । ପୁଲିସ ଓ ପ୍ରଶାସନର ଉଦ୍ୟମ ଫେଲ୍ ମାରିବା ପରେ ଗୃହମନ୍ତ୍ରୀ ଅମିତ୍ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ଦାୟିତ୍ୱ ଦେଇଥିଲେ।  ଡୋଭାଲ ୨୮ ତାରିଖ ରାତି ୨ଟାରେ ମସଜିଦ୍‌ରେ ପହଞ୍ଚିବା ସହ ସେଠାକାର ମୌଲାନାଙ୍କୁ ପ୍ରବର୍ତ୍ତାଇବାରେ ସଫଳ ହୋଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story