‘ଉଡାଣ’ ଯୋଜନାରେ ଓଡ଼ିଶାର ୫ଟି ସହର ସାମିଲ

ନୂଆଦିଲ୍ଲୀ: ‘ଉଡାଣ’ ଯୋଜନାରେ ଓଡ଼ିଶାର ୫ଟି ସହରକୁ ସାମିଲ କରାଯାଇଛି। ସେହି ସହର ଗୁଡ଼ିକ ହେଲା ଭୁବନେଶ୍ୱର, ଜୟପୁର, ଝାରସୁଗୁଡ଼ା, ରାଉରକେଲା ଓ ଉତ୍‌କେଲା(କଳାହାଣ୍ଡି)। ଏ ନେଇ ଆଜି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିଂହ୍ନା। ସେ କହିଛନ୍ତି,“ଉଡାଣ ଯୋଜନାରେ ରାଜ୍ୟର ଛୋଟବଡ଼ ସମସ୍ତ ବିମାନ ବନ୍ଦରକୁ ଘରୋଇ ବିମାନ ସେବା ଯୋଗାଇ ଦିଆଯିବ। ମୋଟ୍‌ ୯୨ଟି ବିମାନବନ୍ଦରକୁ ଏହି ସେବା ଯୋଗାଇବା ପାଇଁ ଚୟନ କରାଯାଇଥିବା ବେଳେ ୧୯୦ଟି ରୁଟ୍‌ରେ ବିମାନ […]

aeroplane

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 08:32 PM IST

ନୂଆଦିଲ୍ଲୀ: ‘ଉଡାଣ’ ଯୋଜନାରେ ଓଡ଼ିଶାର ୫ଟି ସହରକୁ ସାମିଲ କରାଯାଇଛି। ସେହି ସହର ଗୁଡ଼ିକ ହେଲା ଭୁବନେଶ୍ୱର, ଜୟପୁର, ଝାରସୁଗୁଡ଼ା, ରାଉରକେଲା ଓ ଉତ୍‌କେଲା(କଳାହାଣ୍ଡି)। ଏ ନେଇ ଆଜି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିଂହ୍ନା।

ସେ କହିଛନ୍ତି,“ଉଡାଣ ଯୋଜନାରେ ରାଜ୍ୟର ଛୋଟବଡ଼ ସମସ୍ତ ବିମାନ ବନ୍ଦରକୁ ଘରୋଇ ବିମାନ ସେବା ଯୋଗାଇ ଦିଆଯିବ। ମୋଟ୍‌ ୯୨ଟି ବିମାନବନ୍ଦରକୁ ଏହି ସେବା ଯୋଗାଇବା ପାଇଁ ଚୟନ କରାଯାଇଥିବା ବେଳେ ୧୯୦ଟି ରୁଟ୍‌ରେ ବିମାନ ଚଳାଚଳ କରିବାକୁ ସ୍ଥିର କରାଯାଇଛି। ଆଜିର ନିଲାମୀରେ ୧୧ଟି କମ୍ପାନୀ ଭାଗ ନେଇଥିଲେ।”

Related story