‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦକ୍ଷ ନେତା’

ଭୁବନେଶ୍ୱର: ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡ଼ା ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ନବୀନ ପଟ୍ଟନାୟକ ଜଣେ ଦକ୍ଷ ନେତା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କ ନେତୃତ୍ୱ ପ୍ରଶଂସା ଯୋଗ୍ୟ। କେନ୍ଦ୍ରର ବିନା ସହଯୋଗରେ ସେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିଲେ।” ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ମା’ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଦେବଗୌଡ଼ା ଆସିଛନ୍ତି। ସେ ଆଜି ରାତିରେ ଭୁବନେଶ୍ୱରରେ ଅତିଥି ଭବନରେ […]

h.d dabagouda

Rakesh Mallick
  • Published: Wednesday, 18 January 2017
  • , Updated: 19 January 2017, 07:35 AM IST

ଭୁବନେଶ୍ୱର: ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡ଼ା ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ନବୀନ ପଟ୍ଟନାୟକ ଜଣେ ଦକ୍ଷ ନେତା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କ ନେତୃତ୍ୱ ପ୍ରଶଂସା ଯୋଗ୍ୟ। କେନ୍ଦ୍ରର ବିନା ସହଯୋଗରେ ସେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିଲେ।”

ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ମା’ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଦେବଗୌଡ଼ା ଆସିଛନ୍ତି। ସେ ଆଜି ରାତିରେ ଭୁବନେଶ୍ୱରରେ ଅତିଥି ଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ପୁରୀରେ ମା’ ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ।

Related story