ଓଡ଼ିଶାରେ ସିଏନ୍‌ଜି ଷ୍ଟେସନ୍ ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସିଏନ୍‌ଜି ଷ୍ଟେସନ ପ୍ରତିଷ୍ଠା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟ ଯାନ ବାହାନକୁ ଛାଡ଼ିଲେ ଭୁବନେଶ୍ୱରରେ କେବଳ ୨୭ ହଜାରରୁ ଅଧିକ ଅଟୋରିକ୍ସା ଚଳାଚଳ କରୁଛି। ଯଦି ଏହି ଅଟୋ ଗୁଡ଼ିକ ସିଏନ୍‌ଜି ଇନ୍ଧନରେ ଚାଲିବ ତା’ହେଲେ ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ତେଣୁ ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପଦକ୍ଷେପ […]

Naveen_Patnaik

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 09:35 AM IST

ଭୁବନେଶ୍ୱର: ଓଡ଼ିଶାରେ ସିଏନ୍‌ଜି ଷ୍ଟେସନ ପ୍ରତିଷ୍ଠା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟ ଯାନ ବାହାନକୁ ଛାଡ଼ିଲେ ଭୁବନେଶ୍ୱରରେ କେବଳ ୨୭ ହଜାରରୁ ଅଧିକ ଅଟୋରିକ୍ସା ଚଳାଚଳ କରୁଛି। ଯଦି ଏହି ଅଟୋ ଗୁଡ଼ିକ ସିଏନ୍‌ଜି ଇନ୍ଧନରେ ଚାଲିବ ତା’ହେଲେ ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ତେଣୁ ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପଦକ୍ଷେପ ନେଲେ ଓଡ଼ିଶା ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Related story