ଓଡ଼ିଶା ରିପୋର୍ଟର ପ୍ରଭାବ: ମୃତ ଵ୍ୟକ୍ତିଙ୍କ ବଦଳରେ ଆସିଲା ନୂଆ ନାଁ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି। ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାଁ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏନେଇ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ପାରଳାଖେମୁଣ୍ଡିର ସାହିତ୍ୟିକ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ଗଜପତି ଜିଲ୍ଲାର ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। […]

parala-khamundi

Manoranjan Sial
  • Published: Thursday, 23 July 2020
  • , Updated: 24 July 2020, 07:15 AM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ରାଜ୍ୟ ସରକାର ପୁର୍ନଗଠନ କରିଛନ୍ତି। ଏହି ପରିଷଦର ସଭ୍ୟମାନେ ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ତେବେ ତାଲିକାରେ ମୃତବ୍ୟକ୍ତିଙ୍କ ନାଁ ଥିବାରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏନେଇ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ପାରଳାଖେମୁଣ୍ଡିର ସାହିତ୍ୟିକ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ଗଜପତି ଜିଲ୍ଲାର ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମନୋନୀତ କରାଯାଇଛି।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦସ୍ତଖତରେ ଗତ ଗତ ୨୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦକୁ ପୁର୍ନଗଠନ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା, ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଗଜପତି ଜିଲ୍ଲାର ସଦସ୍ୟ ଭାବେ ତାଲିକାରେ ଲେଖିକା ମୀନାକ୍ଷୀ ସାହୁଙ୍କ ନାଁ ରହିଥିଲା। ପାରଳାଖେମୁଣ୍ଡିର ବଡ଼ବ୍ରାହ୍ମଣ ସାହି ସ୍ଥିତ ମୀନାକ୍ଷୀଙ୍କର ଗତ ୧୬ ତାରିଖରେ ମୃତ୍ୟୁ ହୋଇସାରିଥିଲା। ପାରଳାର ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ ବଡ଼ ଝିଅ ମୀନାକ୍ଷୀ ଜଣେ ପ୍ରତିଷ୍ଠିତ ସାହିତ୍ୟିକା ଓ ଗବେଷିକା। ତାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପୁର୍ନଗଠିତ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ତାଙ୍କ ନାଁ କିଭଳି ରଖାଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଭାଗର ଏଭଳି ବେପରୁଆ ମନୋଭାବ ରାଜ୍ୟ ସାହିତ୍ୟପ୍ରେମୀଙ୍କୁ ବ୍ୟଥିତ କରିଥିଲା।

ଏ ନେଇ ‘ଓଡିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ପାରଳାଖେମୁଣ୍ଡିର ସାହିତ୍ୟିକ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ଗଜପତି ଜିଲ୍ଲାର ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ ୨୪/୦୭/୨୦୨୦ଠାରୁ ୨୩/୦୭/୨୦୨୩ ପର୍ଯ୍ୟନ୍ତ ରହିବ। ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ପରିଷଦର ଗଜପତି ଜିଲ୍ଲାର ସଦସ୍ୟ ଭାବେ ମନୋନୀତ କରାଯିବା ପରେ ସାହିତ୍ୟପ୍ରେମୀଙ୍କ ମହଲରେ ଖୁସି ଲହରି ଖେଳି ଯାଇଛି।

 

Related story