ଜିରୋ ଟଲରାନ୍ସ ନୀତି ଅପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣାଅ। ଓଡ଼ିଶା ଭିଜିଲାନ୍ସର ୬୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଭିଜିନାନ୍ସ ଅଧିକାରୀଙ୍କୁ ଆଜି ପୁଣି ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ଭିଜିଲାନ୍ସକୁ ୬୦ ବର୍ଷ ପୂରଣ ଅବସରରେ ଭିଜିଲାନ୍ସ ପକ୍ଷରୁ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ଏ ନେଇ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦୁର୍ନୀତିର ପର୍ଦ୍ଦାଫାସ କ୍ଷେତ୍ରରେ […]

Vigilance

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 11:13 PM IST

ଭୁବନେଶ୍ୱର: ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣାଅ। ଓଡ଼ିଶା ଭିଜିଲାନ୍ସର ୬୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଭିଜିନାନ୍ସ ଅଧିକାରୀଙ୍କୁ ଆଜି ପୁଣି ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ଭିଜିଲାନ୍ସକୁ ୬୦ ବର୍ଷ ପୂରଣ ଅବସରରେ ଭିଜିଲାନ୍ସ ପକ୍ଷରୁ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ଏ ନେଇ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦୁର୍ନୀତିର ପର୍ଦ୍ଦାଫାସ କ୍ଷେତ୍ରରେ ରାଜ୍ୟ ଭିଜିଲାନ୍ସର ଭୂମିକାକୁ ପ୍ରଶଂସା କରିଥିଲେ। ଆଗକୁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଭିଜିଲାନ୍ସ ବିଭାଗର କାର୍ଯ୍ୟକଳାପକୁ ସକ୍ରିୟ କରିବା ସହ ସରକାରଙ୍କ ପ୍ରତ୍ୟେକ ବିଭାଗରେ ଦୁର୍ନୀତି ନିବାରଣ ଓ୍ୱିଙ୍ଗ୍ ଖୋଲାଯିବା ଉପରେ ବିଚାର କରାଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

Related story