ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ଚିନ୍ତା: ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ଚିନ୍ତା।  ରାଜ୍ୟର ଅନେକ ସ୍କୁଲରେ ଟଏଲେଟ୍ ନଥିବାରୁ ଶୌଚ ହେବାକୁ ପିଲା ବାହାରକୁ ଯାଉଛନ୍ତି। ଆଉ କେତେକ ଜାଗାରେ ଟଏଲେଟ୍ ଥିଲେ ବି ବ୍ୟବହାର ଅନୁପଯୋଗୀ।  ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି।  ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ। ସ୍କୁଲରେ ଟଏଲେଟ୍ ନାହିଁ ଶୌଚ ହେବା ଲାଗି ପିଲାମାନେ ବାହାରକୁ ଯାଉଛନ୍ତି । ମାଲ୍କାନଗିରି […]

b-90

b-90

Tapas Behera
  • Published: Wednesday, 31 July 2019
  • Updated: 31 July 2019, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଛାତ୍ରଛାତ୍ରୀଙ୍କୁ ଟଏଲେଟ୍ ଚିନ୍ତା।  ରାଜ୍ୟର ଅନେକ ସ୍କୁଲରେ ଟଏଲେଟ୍ ନଥିବାରୁ ଶୌଚ ହେବାକୁ ପିଲା ବାହାରକୁ ଯାଉଛନ୍ତି। ଆଉ କେତେକ ଜାଗାରେ ଟଏଲେଟ୍ ଥିଲେ ବି ବ୍ୟବହାର ଅନୁପଯୋଗୀ।  ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି।  ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ।

ସ୍କୁଲରେ ଟଏଲେଟ୍ ନାହିଁ ଶୌଚ ହେବା ଲାଗି ପିଲାମାନେ ବାହାରକୁ ଯାଉଛନ୍ତି । ମାଲ୍କାନଗିରି ଚିତ୍ରକୋଣ୍ଡା ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏମିତି ଚିତ୍ର ଆସିଛି। ରାୟଗଡ଼ା କଲ୍ୟାଣସିଂହପୁର ଢେପାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ଚିତ୍ର ।ଏଠାରେ ଟଏଲେଟ୍ କେଉଁ କାଳରୁ ଭାଙ୍ଗି ଯାଇଥିବା ବେଳେ ଏହାର ମରାମତି ହୋଇନି । ଫଳରେ ପିଲା ଶୌଚ ଲାଗି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି।

ଏପଟେ ନୀଳଗିରିର ବାଉଁଶବଣିଆ ସ୍କୁଲରେ କିନ୍ତୁ ଭିନ୍ନ ଦୃଶ୍ୟ। ଏଠି ଟଏଲେଟ୍ ଅଛି, ହେଲେ ଥାଇନଥିବା ଭଳି ଟଏଲେଟ୍ ଏତେ ଅପରିଷ୍କାର ଯେ ବ୍ୟବହାର ଉପଯୋଗୀ ନୁହେଁ । ସାରା ରାଜ୍ୟର ସ୍କୁଲଗୁଡିକ ଏମିତି ଟଏଲେଟ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଛାତ୍ରଛାତ୍ରୀଙ୍କ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ପ୍ରତି ଏହା ଗୁରତର ଚ୍ୟାଲେଞ୍ଜ ସୃଷ୍ଟି  କରୁଛି । ଅନ୍ୟପକ୍ଷରେ ପିଲାମାନେ ଶୌଚ ଲାଗି ବାହାରକୁ ଯିବା ସେମାନଙ୍କ ସୁରକ୍ଷାକୁ ନେଇ ବି ପ୍ରଶ୍ନ ଉଠାଇଛି।

ସ୍କୁଲ୍‌ରେ ଶୌଚାଳୟ ସମସ୍ୟାକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଟାର୍ଗେଟ କରିଥିଲେ ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ।

ବିଭାଗୀୟ ମନ୍ତ୍ରୀ ନଥିବାରୁ ଉତ୍ତର ରଖିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ରାଜ୍ୟର ୫୪ ହଜାର ୨୯୮ଟି ସ୍କୁଲ ଥିବା ବେଳେ ୪୪୧ଟିରେ ଝିଅ ଓ ୧୪୮୫ ସ୍କୁଲ୍‌ରେ ପୁଅଙ୍କ ଲାଗି ଟଏଲେଟ୍ ନଥିବା ମନ୍ତ୍ରୀ କହିଥିଲେ। କୋରାପୁଟ୍‌ରେ ସର୍ବାଧିକ ୧୨୩ଟି ସ୍କୁଲରେ ଝିଅଙ୍କ ଲାଗି ଟଏଲେଟ ନଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି। ତେବେ ଏସବୁ ସ୍କୁଲରେ ଖୁବ୍ ଶୀଘ୍ର ଟଏଲେଟ୍ ବ୍ୟବସ୍ଥା କରାଯିବ ବୋଲି ସେ ଗୃହକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ  ହେଉଛି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos