ବେଲ୍‌ଟିକିରି ଯୌନ ନିର୍ଯାତନା ମାମଲା: ଆମେରିକା ସାଂସଦ କହିଲେ ଖ୍ରୀଷ୍ଟିଆନ୍‌ ହୋଇଥିବାରୁ ଜେଲ୍‌ ଯାଇଛି ‘ଡ୍ୟାଡି’

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଶେଲ୍‌ଟର ହୋମ୍‌ ମାଲିକ ଫୟାଜ୍‌ ରେହମାନ୍‌ ଓରଫ୍‌ ‘ଡ୍ୟାଡି’ ଜେଲ୍‌ ଯିବାର ବେଶ୍‌ କିଛି ଦିନ ପରେ ତାଙ୍କ ସମର୍ଥନରେ ବିବାଦୀୟ ମତ ଦେଇଛନ୍ତି ଜଣେ ଆମେରିକୀୟ ସିନେଟର ବା ସାଂସଦ। ରିପବ୍ଲିକାନ୍‌ର ଏହି ସିନେଟର ଚାର୍ଲସ୍‌ ୟାର୍ଣ୍ଣେଷ୍ଟ ଗ୍ରାସଲି ଭାରତକୁ ଚିଠି ଲେଖି କହିଛନ୍ତି, ଫୟାଜ୍‌ ରେହମାନ୍‌ ନାମକ ଏହି ବ୍ୟକ୍ତିଙ୍କୁ ଜେଲ୍‌ ପଠାଯିବାର କାରଣ ସେ ଜଣେ ଖ୍ରୀଷ୍ଟିଆନ୍‌। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ […]

dhenkanal

Subrat Kumar Nayak
  • Published: Tuesday, 29 October 2019
  • , Updated: 29 October 2019, 11:11 PM IST

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଶେଲ୍‌ଟର ହୋମ୍‌ ମାଲିକ ଫୟାଜ୍‌ ରେହମାନ୍‌ ଓରଫ୍‌ ‘ଡ୍ୟାଡି’ ଜେଲ୍‌ ଯିବାର ବେଶ୍‌ କିଛି ଦିନ ପରେ ତାଙ୍କ ସମର୍ଥନରେ ବିବାଦୀୟ ମତ ଦେଇଛନ୍ତି ଜଣେ ଆମେରିକୀୟ ସିନେଟର ବା ସାଂସଦ। ରିପବ୍ଲିକାନ୍‌ର ଏହି ସିନେଟର ଚାର୍ଲସ୍‌ ୟାର୍ଣ୍ଣେଷ୍ଟ ଗ୍ରାସଲି ଭାରତକୁ ଚିଠି ଲେଖି କହିଛନ୍ତି, ଫୟାଜ୍‌ ରେହମାନ୍‌ ନାମକ ଏହି ବ୍ୟକ୍ତିଙ୍କୁ ଜେଲ୍‌ ପଠାଯିବାର କାରଣ ସେ ଜଣେ ଖ୍ରୀଷ୍ଟିଆନ୍‌। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି ଏହି ଖବର। ସେ ଜେଲ ଯିବାକୁ ବର୍ଷେ ପୁରିବା ଆଗରୁ ଆମେରିକା ସିନେଟର ଏଭଳି ଚିଠି ଲେଖିବା ବର୍ତ୍ତମାନ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ଫୟାଜ୍‌ ମାଲିକାନାରେ ଥିବା ଶେଲ୍‌ଟର ହୋମ୍‌ରେ ରହୁଥିବା କିଛି ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ପ୍ରଥମେ ଅଭିଯୋଗ ଆସିଥିଲା।


ସେହି ସମୟରେ ଢେଙ୍କାନାଳ ବେଲ୍‌ଟିକିରି ଶେଲ୍‌ଟର୍‌ ହୋମ୍ କେଳେଙ୍କାରୀର ଖଳନାୟକ ‘ଡାର୍ଟି ଡ୍ୟାଡି’ ଫୟାଜ ରହେମାନର ଦୁଇଟି ଚେହେରା ଥିବା କୁହାଯାଇଥିଲା। ଗୋଟିକରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ଚିତ୍ର ଓ ଆଉ ଗୋଟିଏ ଧର୍ମପରିବର୍ତ୍ତନର ପ୍ରକ୍ରିୟା ଆଦି ଅଭିଯୋଗ ଆସିଥିଲା। ଏପରିକି ଭାଇରାଲ୍‌ ହୋଇଥିବା ଧର୍ମପରିବର୍ତ୍ତନର ଭିଡିଓକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ।

ବିଜେପି ଅଭିଯୋଗ କରିଥିଲା, ସରକାରଙ୍କ ଜାଣତରେ ବେଆଇନ ଭାବେ ଫୟାଜ ଧର୍ମପରିବର୍ତ୍ତନ କରୁଥିବାରୁ ମନ୍ତ୍ରୀ ଏଥିପାଇଁ ଦାୟୀ। ସେହିପରି ଭୁବନେଶ୍ୱରରେ ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କର ଇସ୍ତଫା ଦାବି କରିଥିଲା।

‘ଡ୍ରିମ୍‌‌ ସେଣ୍ଟର’ ନାମକ ଏହି ଶେଲ୍‌ଟର ହୋମ୍‌ର ମୁଖ୍ୟ ଫୟାଜ୍‌ ରେହମାନକୁ ଅନ୍ତେବାସୀମାନେ ‘ଡାଡି’ ବୋଲି ସମ୍ବୋଧନ କରନ୍ତି। ୨୦୧୨ ମସିହାରେ ଏହି ଶେଲ୍‌ଟର ହୋମ୍‌ ଢେଙ୍କାନାଳ ସହରରେ ଚାଲିଥିଲା। ତେବେ ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଘୋଷଣା କରି ୨୦୧୫ରେ ବନ୍ଦ କରିଦେଇଥିଲା। ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ରହିଛି। ଏହାସତ୍ତ୍ୱେ ୨୦୧୬ରେ ଢେଙ୍କାନାଳ ନିକଟ ବେଲଟିକିରି ନାମକ ସ୍ଥାନର ଏକ ନିର୍ଜନ ଅଞ୍ଚଳରେ ଗଢ଼ି ଉଠିଥିଲା ଏହି ଶେଲ୍‌ଟରର୍ ହୋମ୍‌। ଏହା ବନ୍ଦ ହେବା ବେଳକୁ ୫୪ ଜଣ ନାବାଳିକା ଓ ୪୦ ଜଣ ନାବାଳକ ରହୁଥିଲେ।

Related story