କ୍ୱାରେଣ୍ଟାଇନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ: ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା କ୍ୱାରେଣ୍ଟାଇନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ।  ସ୍ଥିତି ସମୀକ୍ଷା ପରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ପରିବାର ଲୋକେ ସେମାନଙ୍କୁ ବୁଝାଇବା ସହ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପରାମର୍ଶ ଦିଅନ୍ତୁ । ସରକାରୀ ଗାଉଡ୍ ଲାଇନ ମାନିବାକୁ ମଧ୍ୟ ପରିବାର ଲୋକେ କୁହନ୍ତୁ ବୋଲି ବାଚସ୍ପତି କହିଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ […]

surya-narayan-patra-1

Tapas Behera
  • Published: Sunday, 10 May 2020
  • , Updated: 10 May 2020, 05:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଂଜାମ ଜିଲ୍ଲା କ୍ୱାରେଣ୍ଟାଇନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ।  ସ୍ଥିତି ସମୀକ୍ଷା ପରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ପରିବାର ଲୋକେ ସେମାନଙ୍କୁ ବୁଝାଇବା ସହ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପରାମର୍ଶ ଦିଅନ୍ତୁ । ସରକାରୀ ଗାଉଡ୍ ଲାଇନ ମାନିବାକୁ ମଧ୍ୟ ପରିବାର ଲୋକେ କୁହନ୍ତୁ ବୋଲି ବାଚସ୍ପତି କହିଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଭିଡିଓ କନ୍‌ଫରେନ୍ସିଂରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲାର ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ।

କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ କି କି ପଦକ୍ଷେପ ନେଇଛି, ସେ ସଂପର୍କରେ ପଚାରି ବୁଝିଛନ୍ତି ବାଚସ୍ପତି । ଗଂଜାମରେ ଏବେ ୪୦ ହଜାର ଲୋକ କ୍ୱାରେଣ୍ଟାଇନରେ ଅଛନ୍ତି।  ସେମାନଙ୍କ ପାଇଁ କରାଯାଇଛି ୨ ହଜାର ୯୮୩ଟି କ୍ୱାରେଣ୍ଟାଇନ ସେଣ୍ଟର ଏହାର ଆଖପାଖରେ ଜାରି କରାଯାଇଛି  ୧୪୪ ଧାରା।

କୌଣସି ବ୍ୟକ୍ତି ଯେପରି ଏଠାରୁ ଖସି ନ ପଳାନ୍ତି, ତା ଉପରେ ଗୁରୁତ୍ୱ ଦିଆଯାଇଛି। ଏବେ ଗାଁ ଭିତରେ କ୍ୱାରେଣ୍ଟାଇନ ସେଣ୍ଟର ରହିଛି।  ଗାଁ ବାହାରେ ବଡ଼ବଡ଼ ଅନୁଷ୍ଠାନକୁ କ୍ୱାରେଣ୍ଟାଇନ ସେଣ୍ଟର କରିବାକୁ ଆଲୋଚନା ହୋଇଛି । ଏହାଛଡ଼ା ଗଂଜାମରେ ଆଉଏକ କୋଭିଡ୍ ହସ୍ପିଟାଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଜିଲ୍ଲାରେ ୨ଶହ ବେଡ୍ ବିଶିଷ୍ଟ ଗୋଟିଏ କୋଭିଡ୍ ହସ୍ପିଟାଲ ରହିଛି । ସହର ଅପେକ୍ଷା କୋରନା ଏବେ ଗ୍ରାମାଞ୍ଚଳ ପାଇଁ ଅଧିକ ବିପଦ ବୋଲି କହିଛନ୍ତି ବାଚସ୍ପତି ।ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି।

Related story