ଉଚ୍ଛେଦ ହେଲା ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ,ବିଜ୍ଞପ୍ତି ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍ )କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏନେଇ ଆଜି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ସମ୍ମତି ଓ ଓଡ଼ିଶା ସରକାରଙ୍କ ଅନୁରୋଧ ଆଧାରରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ହୋଇଛି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ସରକାର ପ୍ରଶାସନିକ ଟ୍ରିବ୍ୟୁନାଲ ଆକ୍ଟ-୧୯୮୫ ଆଧାରରେ ଓଡ଼ିଶାରେ ୧୯୮୬ ଜୁଲାଇ ୪ତାରିଖରେ ସ୍ୟାଟ୍ ଗଠନ […]

secretariat-odisha

secretariat-odisha

Manoranjan Sial
  • Published: Monday, 05 August 2019
  • Updated: 05 August 2019, 08:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍ )କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏନେଇ ଆଜି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ସମ୍ମତି ଓ ଓଡ଼ିଶା ସରକାରଙ୍କ ଅନୁରୋଧ ଆଧାରରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ହୋଇଛି।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ସରକାର ପ୍ରଶାସନିକ ଟ୍ରିବ୍ୟୁନାଲ ଆକ୍ଟ-୧୯୮୫ ଆଧାରରେ ଓଡ଼ିଶାରେ ୧୯୮୬ ଜୁଲାଇ ୪ତାରିଖରେ ସ୍ୟାଟ୍ ଗଠନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ଏହାସହିତ ସେବେଠୁ ଆଜିପର୍ଯ୍ୟନ୍ତ ଯେତେ ମାମଲାରେ ସ୍ୟାଟ୍ ଯେଉଁ ରାୟ ଦେଇଛନ୍ତି, ତାହା ବଳବତ୍ତର ରଖିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିମନ୍ତେ ଅଗଷ୍ଟ ୨ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲାବେଳେ ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ଉଚ୍ଛେଦ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ୨୦୧୫ ସେପ୍ଟେମ୍ବର ୯ତାରିଖରେ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ତତ୍କାଳୀନ ମୁଖ୍ୟ ସଚିବ ୨୦୧୫ ସେପ୍ଟେମ୍ବର ୧୯ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟଙ୍କୁ ଅବଗତ କରିଥିଲେ। କିନ୍ତୁ ସେତେବେଳେ କେନ୍ଦ୍ର ସରକାର ଏହି ଟ୍ରିବ୍ୟୁନାଲର ଉଚ୍ଛେଦ ଓ ପଡ଼ି ରହିଥିବା ମାମଲାର ବିଚାର ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ମତାମତ ଜଣାଇବାକୁ କହିଥିଲେ। ଯେଉଁଥିପାଇଁ ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

ପୂର୍ବତନ ଡିଜିପି ମନମୋହନ ପ୍ରହରାଜ ଟ୍ରିବ୍ୟୁନାଲ ଅଧକ୍ଷ ପଦରୁ ଅବସର ନେବାପରଠୁ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଜିଆର ପୁରୋହିତ କାର୍ଯ୍ୟ କରୁଛନ୍ତି। ସ୍ୟାଟରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିବାର ପ୍ରାବଧାନ ରହିଛି। ସ୍ୟାଟର ମୁଖ୍ୟ ବେଞ୍ଚ୍ ଭୁବନେଶ୍ୱରରେ ଥିବାବେଳେ କଟକରେ ଏହାର ନିୟମିତ ବେଞ୍ଚ୍ ଏବଂ ସମ୍ବଲପୁର ଓ ବ୍ରହ୍ମପୁରରେ ସର୍କିଟ ବେଞ୍ଚ କାର୍ଯ୍ୟ କରୁଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ସ୍ୟାଟଙ୍କ ପାଖରେ ପ୍ରାୟ ୭୫ହଜାର ମାମଲା ବିଚାରାଧୀନ ରହିଥିଲା। ରାଜ୍ୟର ପ୍ରାୟ ୭ଲକ୍ଷ କର୍ମଚାରୀ ନିଜର ପ୍ରଶାସନିକ ସମସ୍ୟା ଓ ମାମଲା ପାଇଁ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story