କାଠମାଣ୍ଡୁରେ ପହଞ୍ଚିଲା ଟିମ୍, ଉଦ୍ଧାର ହେବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି ବସିଛନ୍ତି। ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ […]

bcio

bcio

Tapas Behera
  • Published: Monday, 27 May 2019
  • Updated: 27 May 2019, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ପାହାଡ଼ ଶଯ୍ୟାରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ି କନ୍ୟା କଳ୍ପନା। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସାରା ରାଜ୍ୟରେ ଖେଳି ଯାଇଛି ଶୋକ। ଅନ୍ୟପକ୍ଷେ ତାଙ୍କ ମରଶରୀର ଏଯାଏ ଘରେ ପହଞ୍ଚି ପାରିନି। ତାଙ୍କର ମରଶରୀର କେତେବେଳେ ଆସି ପହଞ୍ଚିବ, ପରିବାର ଲୋକେ ଅପେକ୍ଷା କରି ବସିଛନ୍ତି।

ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ନୂଆଦିଲ୍ଲୀ ହୋଇ କାଠମାଣ୍ଡୁ ଗସ୍ତ କରିଛନ୍ତି।

ଏଥି ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇ ପାରିବ ସେନେଇ ତତ୍ପରତା ଦେଖାଇଛନ୍ତି। ନେପାଳର ୧୦ଜଣ ଶେରପା ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଉଦ୍ଧାର ଲାଗି ଚେଷ୍ଟା ଚଳାଇଛନ୍ତି। ତେବେ ପାଗ ଭଲ ରହିଲେ ଆଜି ଉଦ୍ଧାର ସମ୍ଭବ ହେବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story