ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିଛି। ସକାଳ ୧୦ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହେଉଛି। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଇଛି। ମଧ୍ୟାହ୍ନରେ ଝାଞ୍ଜି ପବନ ବୋହୁଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୫ ଡିଗ୍ରୀ, ବଲାଙ୍ଗିରରେ ୪୪.୭ […]

heat wave

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 10:15 PM IST

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିଛି। ସକାଳ ୧୦ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହେଉଛି। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନଶାନ୍‌ ହୋଇଯାଇଛି। ମଧ୍ୟାହ୍ନରେ ଝାଞ୍ଜି ପବନ ବୋହୁଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି।

ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୫ ଡିଗ୍ରୀ, ବଲାଙ୍ଗିରରେ ୪୪.୭ ଡିଗ୍ରୀ, ହୀରାକୁଦରେ ୪୪.୧ ଡିଗ୍ରୀ, ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସୋନପୁରରେ ୪୩.୭ ଡିଗୀ, ସମ୍ୱଲପୁରରେ ୪୩.୬ ଡିଗ୍ରୀ, ଅନୁଗୋଳରେ ୪୩.୫ ଡିଗ୍ରୀ, ଭବାନୀପାଟଣାରେ ୪୩.୨ ଡିଗ୍ରୀ, ତାଳଚେରରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୧.୫ ଡିଗ୍ରୀ, ଫୁଲବାଣୀ ଓ ମାଲକାନଗିରିରେ ୪୧ ଡିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ୩୬.୫ ଡିଗ୍ରୀ ଓ କଟକରେ ୩୫.୬ ଡିଗ୍ରୀ ତାପମାତ୍ର ରହିଛି।

ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ତାତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Related story