କ୍ୟାମ୍ପସ୍‌ରେ ଆଖି ମାରିଲେ ଆକ୍ସନ ନେବେ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଗିଂକୁ ନେଇ ରାଜ୍ୟ ସରକାରଙ୍କ ଜିରୋ ଟୋଲେରାନ୍ସ ନୀତି । ସମଗ୍ର ଦେଶରେ ରାଗିଂ ରାଙ୍କରେ ଓଡ଼ିଶା ୬ଷ୍ଠ ସ୍ଥାନରେ ରହିବା ପରେ ଚେଇଁ ଉଠିଛନ୍ତି ସରକାର ।  ଏହି ଅପବାଦରୁ ବର୍ତ୍ତିବା ପାଇଁ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ । ମନ୍ତ୍ରୀ କହିଛନ୍ତି କ୍ୟାମ୍ପସରେ ଆଖି ମାରିଲେ ମଧ୍ୟ ଦଣ୍ଡବିଧାନ ହେବ। ଏନେଇ ଖୁବ୍‌ ଶିଘ୍ର ସର୍କୁଲାର୍ ଜାରି କରିବାକୁ ବିଭାଗୀୟ ସଚିବଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ […]

oo

oo

Ordigital Desk
  • Published: Friday, 03 August 2018
  • Updated: 03 August 2018, 08:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଗିଂକୁ ନେଇ ରାଜ୍ୟ ସରକାରଙ୍କ ଜିରୋ ଟୋଲେରାନ୍ସ ନୀତି । ସମଗ୍ର ଦେଶରେ ରାଗିଂ ରାଙ୍କରେ ଓଡ଼ିଶା ୬ଷ୍ଠ ସ୍ଥାନରେ ରହିବା ପରେ ଚେଇଁ ଉଠିଛନ୍ତି ସରକାର ।  ଏହି ଅପବାଦରୁ ବର୍ତ୍ତିବା ପାଇଁ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ । ମନ୍ତ୍ରୀ କହିଛନ୍ତି କ୍ୟାମ୍ପସରେ ଆଖି ମାରିଲେ ମଧ୍ୟ ଦଣ୍ଡବିଧାନ ହେବ। ଏନେଇ ଖୁବ୍‌ ଶିଘ୍ର ସର୍କୁଲାର୍ ଜାରି କରିବାକୁ ବିଭାଗୀୟ ସଚିବଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲିର ରାଗିଂ ସମ୍ପର୍କିତ ତଥ୍ୟକୁ ମାନିବାକୁ ପ୍ରସ୍ତୁତ ନ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଆଜି କହିଛନ୍ତି ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ଛାତ୍ରଙ୍କୁ ବହିଷ୍କାର କରାଯିବ। କିମ୍ବା ରେଜଲ୍ଟ ସ୍ଥଗିତ ରଖାଯିବ।  ଏନେଇ ବିଭାଗୀୟ ସଚିବଙ୍କୁ ସର୍କୁଲାର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଅଧିକ ରାଗିଂ ଅଭିଯୋଗ ଆସୁଥିବା ମେଡ଼ିକାଲ୍ ଓ ଡିଗ୍ରୀ କଲେଜରେ କିଭଳି ପଦକ୍ଷେପ ଗ୍ରହଣ କରାଯିବ, ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ, ସେନେଇ ସର୍କୁଲାରରେ ବିଶଦ୍ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ରାଗିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇନ ଅଛି । ଡକ୍ଟର ରାଘବନ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ନେବାକୁ ବି ନିର୍ଦ୍ଦେଶ ରହିଛି । ଓଡ଼ିଶାରେ ରାଗିଂ ନିରୋଧ ପାଇଁ ସ୍କିଲ୍ ଡେଭେଲପ୍ମେଣ୍ଟ ଆଣ୍ଡ ଟେକ୍ନିକାଲ୍ ଏଜୁକେସନ୍ ବିଭାଗ ହେଉଛି ନୋଡାଲ୍ ଏଜେନ୍ସି।  ବିଭାଗ ପକ୍ଷରୁ ଗତ ଜୁନ୍ ୧୩ରେ ସମସ୍ତ ଜିଲ୍ଲାର ଜିଲାପାଳ ଓ ଏସ୍‌ପିଙ୍କୁ ରାଗିଂ ରୋକିବା ପାଇଁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ତେବେ ରାଗିଂକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ତତ୍ପରତାକୁ ବିଭିନ୍ନ କଲେଜ ଏବଂ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos