ସୋମବାରଠୁ ରାଜ୍ୟରେ ଘରୋଇ ବିମାନ ସେବା

ଭୁବନେଶ୍ୱର: ସୋମବାରଠୁ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହେବ। ସକାଳ ୮ଟା ୧୦ରେ ହାଇଦ୍ରାବଦରୁ ଏକ ବିମାନ ଆବତରଣ କରିବ ବୋଲି ଜଣାପଡ଼ିଛି। ମୋଟ୍ ୨୦ଟି ବିମାନକୁ ଚଳାଚଳ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି। ଏହା ପୂର୍ବରୁ ରାତିରେ ବିମାନ ବନ୍ଦରକୁ ବିଶୋଧନ କରାଯାଉଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶୋଧନ କରାଯାଉଥିବା ଜଣାପଡ଼ିଛି। ବିମାନରେ ଯେଉଁମାନେ ଯିବେ କିମ୍ୱା ଆସିବେ ସେମାନଙ୍କର ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ଅନିର୍ବାର୍ଯ୍ୟ […]

Biju-Patnaik-International-Airport

Subhransu Sekhar
  • Published: Sunday, 24 May 2020
  • , Updated: 25 May 2020, 08:08 AM IST

ଭୁବନେଶ୍ୱର: ସୋମବାରଠୁ ରାଜ୍ୟରେ ଘରୋଇ ବିମାନ ସେବା ଆରମ୍ଭ ହେବ। ସକାଳ ୮ଟା ୧୦ରେ ହାଇଦ୍ରାବଦରୁ ଏକ ବିମାନ ଆବତରଣ କରିବ ବୋଲି ଜଣାପଡ଼ିଛି। ମୋଟ୍ ୨୦ଟି ବିମାନକୁ ଚଳାଚଳ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି। ଏହା ପୂର୍ବରୁ ରାତିରେ ବିମାନ ବନ୍ଦରକୁ ବିଶୋଧନ କରାଯାଉଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶୋଧନ କରାଯାଉଥିବା ଜଣାପଡ଼ିଛି।

ବିମାନରେ ଯେଉଁମାନେ ଯିବେ କିମ୍ୱା ଆସିବେ ସେମାନଙ୍କର ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ଅନିର୍ବାର୍ଯ୍ୟ କରପାଇଛି। ସେହିପରି ସମସ୍ତ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିିନିଂ ହେବ ବୋଲି ଜଣାପଡ଼ିଛି। ଏଥିସହ ସାମାଜିକ ଦୂରତା ପାଳନ କରିବାକୁ ଯାଇ ବିଭିନ୍ନ ସ୍ଥାନରେ ଗୋଲ ବୁଲାଯାଇଥିବା ଦେଖିବାକୁ ମିଳିଛି।

https://twitter.com/ANI/status/1264595402642227201

Related story