‘ବାତ୍ୟା ହେବନି, କେବଳ ବର୍ଷିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରା ପରେ ପରେ ରାଜ୍ୟକୁ ବାତ୍ୟା ଆସିବ ବୋଲି ଯାହା ଆଲୋଚନା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବାତ୍ୟା ନୁହେଁ, କେବଳ ବର୍ଷା ହେବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ଆମର ପୂର୍ବାନୁମାନ ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଗତି କରି ୧୫ ତାରିଖରେ […]

Weather

Weather

Jitendra Garnayak
  • Published: Thursday, 14 October 2021
  • Updated: 14 October 2021, 12:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରା ପରେ ପରେ ରାଜ୍ୟକୁ ବାତ୍ୟା ଆସିବ ବୋଲି ଯାହା ଆଲୋଚନା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବାତ୍ୟା ନୁହେଁ, କେବଳ ବର୍ଷା ହେବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ସେ କହିଛନ୍ତି, ଆମର ପୂର୍ବାନୁମାନ ଅନୁଯାୟୀ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଗତି କରି ୧୫ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ କେନ୍ଦ୍ରୀଭୂତ ହେବ। ଏହାର ପ୍ରଭାବରେ ଆଜି ଠାରୁ ୧୭ ତାରିଖ ଯାଏ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ବର୍ଷା ହେବ। ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ଲଘୁଚାପ କ୍ଷେତ୍ର ଭାବେ ରହି ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଏହା କୌଣସି ବାତ୍ୟା ନୁହେଁ। ଏହାର ପ୍ରଭାବରେ କେବଳ ବର୍ଷା ହେବ। ଉପକୂଳ ଅଞ୍ଚଳରେ ସମୁଦ୍ର ଉପରେ ପବନରେ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ତେଣୁ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନଯିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos