କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ନିଜର ବାହାଘର ଘୁଞ୍ଚାଇଦେଲେ ଦୁଇ ପୁଲିସ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୁଦ୍ଧରେ ଡାକ୍ତରଙ୍କ ସହ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ପୁଲିସ କର୍ମଚାରୀ । ଖରାବର୍ଷାରେ ରାସ୍ତା ଉପରେ ଛିଡା ହୋଇ ସେମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଏଥିଯୋଗୁ କିଏ ନିଜ ବୁଢ଼ା ବାପମାଙ୍କୁ ଦେଖିବାକୁ ଘରକୁ ଯାଇପାରୁନି ତ କିଏ ନିଜ ଛୋଟ ଛୁଆକୁ ଘରେ ଛାଡି ଆସିଛି। ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ କାଲି  ଦୁଇଟି ମହିଳା ପୁଲିସ କର୍ମଚାରୀ ନିଜ ବିବାହକୁ ସ୍ଥଗିତ ରଖିଦେଇଥିବା କହିଦେଇଥିଲେ […]

police

Tapaswini Nayak
  • Published: Wednesday, 22 April 2020
  • , Updated: 22 April 2020, 02:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୁଦ୍ଧରେ ଡାକ୍ତରଙ୍କ ସହ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ପୁଲିସ କର୍ମଚାରୀ । ଖରାବର୍ଷାରେ ରାସ୍ତା ଉପରେ ଛିଡା ହୋଇ ସେମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଏଥିଯୋଗୁ କିଏ ନିଜ ବୁଢ଼ା ବାପମାଙ୍କୁ ଦେଖିବାକୁ ଘରକୁ ଯାଇପାରୁନି ତ କିଏ ନିଜ ଛୋଟ ଛୁଆକୁ ଘରେ ଛାଡି ଆସିଛି।

ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ କାଲି  ଦୁଇଟି ମହିଳା ପୁଲିସ କର୍ମଚାରୀ ନିଜ ବିବାହକୁ ସ୍ଥଗିତ ରଖିଦେଇଥିବା କହିଦେଇଥିଲେ । ଏଥିଯୋଗୁ ପୁଲିସ ଡିଜି ଅଭୟ ଗତକାଲି ସେମାନଙ୍କୁ  ପ୍ରଶଂସା କରିବାକୁ ଭୁଲି ନ ଥିଲେ । ଏଥିରେ ଆଜି ଯୋଡ଼ି ହୋଇଯାଇଛି ଆଉ ଦୁଇଟି ନାମ ।

କରୋନା ଭଳି ବିପତ୍ତି ସମୟରେ ନିଜର ବାହାଘରକୁ  ସ୍ଥଗିତ ରଖିଛନ୍ତି ଓଡ଼ିଶା ପୁଲିସର ୨ଜଣ କର୍ମଚାରୀ। ଦୁଇ କନେଷ୍ଟବଳ ବିକାଶ ବାରିକ ଓ ଆଶିଷ କୁମାର ଦେଙ୍କର ଆସନ୍ତା ମେ ୮ ତାରିଖରେ ବାହାଘର ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ କରୋନା ପାଇଁ ପ୍ରଥମେ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ଏହି ଦୁଇ ପୁଲିସ ସେମାନଙ୍କ ବିବାହ ତାରିଖ ଘୁଞ୍ଚାଇ ଦେଇଛନ୍ତି।

ପୁଲିସ ଡିଜି ଅଭୟ ଏଥିପାଇଁ ଦୁଇ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି । ଉଭୟ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଥିବା ଜଣାଯାଇଛି ।

Related story