କୋଭିଡ୍ ଟିକା ସଫଳ ହେଉଛି କି ନାହିଁ, ଅନୁଧ୍ୟାନ ପାଇଁ ଆରଏମଆରସିକୁ ଅନୁରୋଧ କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ ସରକାର କୋଭିଡ୍ ଟିକାକରଣ ସଫଳ ହେଉଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଗତକାଲି ଭୁବନେଶ୍ୱରସ୍ଥିତ ଆରଏମଆରସି ନିର୍ଦ୍ଦେଶକଙ୍କୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ସହଯୋଗ ନିମନ୍ତେ ଅନୁରୋଧ କରିଛନ୍ତି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ମାମଲା ସାମାନ୍ୟ ହ୍ରାସ ପାଉଥିବାବେଳେ ତୃତୀୟ ପର୍ଯ୍ୟାୟ ଲହରକୁ ନେଇ […]

Vaccine

Vaccine

Ordigital Desk
  • Published: Saturday, 29 May 2021
  • Updated: 30 May 2021, 07:14 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ରାଜ୍ୟ ସରକାର କୋଭିଡ୍ ଟିକାକରଣ ସଫଳ ହେଉଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଗତକାଲି ଭୁବନେଶ୍ୱରସ୍ଥିତ ଆରଏମଆରସି ନିର୍ଦ୍ଦେଶକଙ୍କୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ସହଯୋଗ ନିମନ୍ତେ ଅନୁରୋଧ କରିଛନ୍ତି।

ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ମାମଲା ସାମାନ୍ୟ ହ୍ରାସ ପାଉଥିବାବେଳେ ତୃତୀୟ ପର୍ଯ୍ୟାୟ ଲହରକୁ ନେଇ ଆଶଙ୍କାରେ ରାଜ୍ୟ ସରକାର ରହିଛନ୍ତି।

ଏହି ଆଶଙ୍କା ମଧ୍ୟରେ ରାଜ୍ୟରେ ଚାଲିଥିବା କୋଭିଡ୍ ଟିକାକରଣ କେତେଦୂର ଲକ୍ଷ୍ୟ ହାସଲ କରିବାରେ ସଫଳ ହେଉଛି ତଥା କୋଭିଡ୍ ଟିକା ନେବାର ପରବର୍ତ୍ତୀ ସ୍ଥିତି କ’ଣ ରହୁଛି ତାହା ଅନୁଧ୍ୟାନ କରିବା ନିମନ୍ତେ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମଆରସି)କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗତକାଲି ଭୁବନେଶ୍ୱରସ୍ଥିତ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କୁ ଚିଠି ଲେଖି କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ୨୦୨୧ ଜାନୁୟାରୀରୁ ମେ’ ୨୬ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ଟିକାକରଣ କରାଯାଇଛି। ଏହି ଅବଧି ମଧ୍ୟରେ ମୋଟ ୭୨.୮ଲକ୍ଷ ଡୋଜ୍ ଟିକା ଲୋକଙ୍କୁ ଦିଆଯାଇ ଥିବାବେଳେ ଏଥିରେ ୬୫.୩ଲକ୍ଷ କୋଭିଶିଲଡ୍ ଓ ୭.୫ଲକ୍ଷ କୋଭାକ୍ସିନ୍ ଟିକା ରହିଛି।

ତେବେ ବିଭିନ୍ନ ଜିଲ୍ଲାରୁ ମିଳିଥିବା ତଥ୍ୟ ଅନୁସାରେ, ଡବଲ ଡୋଜ୍ ଟିକା ନେଇଥିବା ଲୋକମାନେ ବି କୋଭିଡ୍ ସଂକ୍ରମିତ ହେଉଛନ୍ତି। ତେଣୁ କୋଭିଡ୍ ଟିକା ନେଇ ସାରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯେଉଁମାନେ ଗୁରୁତର ସଂକ୍ରମିତ ହେଉଛନ୍ତି ଅବା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି  ଏବଂ ଟିକା ନେଇନଥିବା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ତୁଳନାତ୍ମକ ଅନୁଧ୍ୟାନ କରିବାକୁ ଆରଏମଆରସିକୁ ରାଜ୍ୟ ସରକାର କହିଛନ୍ତି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍ ଟିକା ନେଉଥିବା ବ୍ୟକ୍ତି କେବଳ ନିଜକୁ କରୋନା ମହାମାରୀ ସଂକ୍ରମଣରୁ ସୁରକ୍ଷିତ ରଖୁନି ବରଂ ଗୁରୁତର ଅସୁସ୍ଥ ହେବା ଓ ମୃତ୍ୟୁ ହାରକୁ ମଧ୍ୟ ହ୍ରାସ କରିପାରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ଲୋକଙ୍କୁ କୋଭିଡ୍ ଟିକା ନେବାକୁ ଆହ୍ୱାନ କରୁଛନ୍ତି । ତେଣୁ ଆରଏମଆରସି ପ୍ରାଥମିକତା ଭିତ୍ତିରେ ଉପରୋକ୍ତ କାରଣକୁ ଅନୁଧ୍ୟାନ କରି ଯେତେଶୀଘ୍ର ସମ୍ଭବ ତା’ର ରିପୋର୍ଟ ସରକାରଙ୍କୁ ଦେବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି। ଏହାଫଳରେ ରାଜ୍ୟରେ କୋଭିଡ୍ ଟିକାକରଣକୁ ନେଇ ଭବିଷ୍ୟତର ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇ ପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story