ନବୀନଙ୍କ କଡ଼ା ଆଭିମୁଖ୍ୟ: ବନ୍ଧା ହେଲେ ପୂର୍ବତନ ବିଜେଡି ବିଧାୟକ ଅନାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଭବାନୀପାଟଣାର ଏହି ପୂର୍ବତନ ବିଜେଡି ବିଧାୟକ ଶ୍ରୀ ନାଏକ ପ୍ରାୟ ୧.୮୮କୋଟି ଟଙ୍କାର ସମ୍ପତ୍ତିର ହିସାବ ଦେଇନପାରିବା କାରଣରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ବୋଲି କହିଛି। ତେବେ ପ୍ରଶ୍ନ ଉଠୁଛି, ଅଚାନକ ଅନାମଙ୍କ ଉପରେ ଭିଜିଲାନ୍ସର କୋପ ଦୃଷ୍ଟି ପଡ଼ିଲା କାହିଁକି? ବିଜେଡିରେ ପୁଳାପୁଳା ନେତା ବେନାମୀ ସମ୍ପତ୍ତିର […]

Untitled-3

Tapas Behera
  • Published: Thursday, 23 January 2020
  • , Updated: 23 January 2020, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଭବାନୀପାଟଣାର ଏହି ପୂର୍ବତନ ବିଜେଡି ବିଧାୟକ ଶ୍ରୀ ନାଏକ ପ୍ରାୟ ୧.୮୮କୋଟି ଟଙ୍କାର ସମ୍ପତ୍ତିର ହିସାବ ଦେଇନପାରିବା କାରଣରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ବୋଲି କହିଛି। ତେବେ ପ୍ରଶ୍ନ ଉଠୁଛି, ଅଚାନକ ଅନାମଙ୍କ ଉପରେ ଭିଜିଲାନ୍ସର କୋପ ଦୃଷ୍ଟି ପଡ଼ିଲା କାହିଁକି? ବିଜେଡିରେ ପୁଳାପୁଳା ନେତା ବେନାମୀ ସମ୍ପତ୍ତିର ମାଲିକ ହୋଇଥିବାବେଳେ କେବଳ ଅନାମଙ୍କୁ ବଳିବୋଦା କରାଯିବା ପଛରେ ରହସ୍ୟ କ’ଣ ରହିଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୯୮୫ ମସିହାରେ ରାଜସ୍ୱ ବିଭାଗରେ କନିଷ୍ଠ କିରାଣୀ ଭାବେ ଚାକିରି ଆରମ୍ଭ କରିଥିବା ଶ୍ରୀ ନାଏକ ୨୦୦୪ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଫିସରେ କାର୍ଯ୍ୟ କରିଥିଲେ। ପରେ ସେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ଆଉ ୨୦୧୪ରେ ବିଜେଡି ତାଙ୍କୁ ଦଳୀୟ ଟିକେଟ୍ ଦେଇଥିଲା ଓ ସେ ବିଧାୟକ ଭାବେ ବିଜୟୀ ହୋଇ ୨୦୧୯ ପର୍ଯ୍ୟନ୍ତ ଭବାନୀପାଟଣାର ବିଧାୟକ ଥିଲେ।

ତାଙ୍କ ଘରୁ ମିଳିଥିବା ମୋଟ ସମ୍ପତ୍ତିର ପରିମାଣ ୩.୪୩କୋଟି ଟଙ୍କା ହୋଇଥିବାବେଳେ ଏଥିରେ ମାତ୍ର ୧.୫୪ କୋଟି ଟଙ୍କା ସମ୍ପତ୍ତିର ହିସାବ ଦେବାରେ ଶ୍ରୀ ନାଏକ ସକ୍ଷମ ହୋଇଥିଲେ । ତେଣୁ ବାକି ଅର୍ଥ ଉପାର୍ଜନର ସ୍ରୋତ ସେ ଜଣାଇବାରେ ବିଫଳ ହେବାରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ବୋଲି କହିଛି ।

ତେବେ ପ୍ରଶ୍ନ ଉଠୁଛି, ଅନାମ ନାଏକଙ୍କ ଭଳି ଦୁର୍ନୀତିଗ୍ରସ୍ତ ନେତାଙ୍କ ସଂଖ୍ୟା ରାଜ୍ୟରେ ଅଭାବ ନଥିବାବେଳେ କେବଳ ତାଙ୍କୁ କାହିଁକି ବଳିବୋଦା କରାଗଲା। ଚର୍ଚ୍ଚା ହେଉଛି, ୨୦୧୯ ସାଧାରଣ ନିର୍ବାଚନବେଳେ ଭବାନୀପାଟଣା ଆସନରୁ ବିଜେଡି ପ୍ରାର୍ଥୀ ପରାଜିତ ହେବାପଛରେ ଅନାମଙ୍କ ପ୍ରମୁଖ ଭୂମିକା ରହିଥିଲା। କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇ ଟିକେଟ୍ ନେଇଥିବା ଦୁଷ୍ମନ୍ତ ନାଏକଙ୍କ ପ୍ରାର୍ଥୀତ୍ୱକୁ ସେ ଖୋଲାଖୋଲି ବିରୋଧ କରିଥିଲେ। ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତ ୨୦ବର୍ଷ ମଧ୍ୟରେ ସରକାରୀ ଚାକିରି ଛାଡ଼ି ବିଜେଡିରେ ସାମିଲ ହୋଇ ବିଧାୟକ ଓ ମନ୍ତ୍ରୀ ହୋଇଥିବା ନେତାଙ୍କ ସଂଖ୍ୟାର ଅଭାବ ନଥିବାବେଳେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନକରି ଜଣେ ଦଳିତ ବର୍ଗର ନେତାଙ୍କୁ ‘ବଳିବୋଦା’ ସଜାଇ ସରକାର କି ଭାବମୂର୍ତ୍ତି ସଜାଡ଼ିବାର ବାର୍ତ୍ତା ଦେଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Related story