ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଓଡ଼ିଶାର ୪ଟି ଲୋକସଭା ଆସନ- ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ୪ଟି ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୨୮ ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ୨୮ଟି ବିଧାନସଭା ଆସନରେ ଲଢ଼ୁଛନ୍ତି ୧୯୧ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ୩ ହଜାର ୭୦୭ […]

vote

vote

Tapaswini Nayak
  • Published: Wednesday, 10 April 2019
  • Updated: 10 April 2019, 09:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଓଡ଼ିଶାର ୪ଟି ଲୋକସଭା ଆସନ- ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସହିତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।

୪ଟି ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୨୮ ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି ୨୮ଟି ବିଧାନସଭା ଆସନରେ ଲଢ଼ୁଛନ୍ତି ୧୯୧ ପ୍ରାର୍ଥୀ।

ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୨୯ ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଓ ୩୦ଲକ୍ଷ ୩୦ହଜାର ୨୨୨ ମହିଳା ଭୋଟର ଅଛନ୍ତି। ନିର୍ବାଚନ ପରିଚାଳନା ପାଇଁ ମୋଟ ୪୭ ହଜାର ୮୦୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ନିର୍ବାଚନ ପାଇଁ ନକ୍ସଲ ପ୍ରବଣ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦି‌ଆଯାଇଛି। ୨୩୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସଶସ୍ତ୍ର ପୁଲିସ୍ ସହ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିର୍ବାଚନ ସୁରକ୍ଷାରେ ନିୟୋଜିତ କରାଯାଇଛି। ସବୁ ବୁଥ୍‌କୁ ସିସିଟିଭି ସର୍ଭେଇଲାନ୍ସରେ ରଖାଯିବା ସହ ୱେବ କାଷ୍ଟିଂ କରାଯିବ। ମାଇକ୍ରୋ ଅବଜରର୍ଭର ମତଦାନ ତଦାରଖ କରିବେ।

ପ୍ରମୁଖ ଲୋକସଭା ପ୍ରାର୍ଥୀ

ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ବିଜେଡି ନେତା ଚନ୍ଦ୍ରଶେଖର ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ, କୌଶଲ୍ୟା ହିକକା, ରମେଶ ମାଝି, ବିଜେପି ନେତା ଭୃଗୁ ବକ୍ସିପାତ୍ର, ବସନ୍ତ ପଣ୍ଡା, ଜୟରାମ ପାଙ୍ଗୀ, ବଳଭଦ୍ର ମାଝି, କଂଗ୍ରେସ ନେତା  ଭି. ଚନ୍ଦ୍ରଶେଖର ନାଇଡୁ, ଭକ୍ତ ଦାସ, ସପ୍ତଗିରି ଉଲ୍ଲାକା ଓ ପ୍ରଦୀପ ମାଝିଙ୍କ ଭାଗ୍ୟ ପରୀକ୍ଷା ହେବ।

ଚନ୍ଦ୍ରଶେଖର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ପୁଷ୍ପେନ୍ଦ୍ର କଳାହାଣ୍ଡିରୁ, କୌଶଲ୍ୟା କୋରାପୁଟରୁ ଓ ରମେଶ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପି ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଳାହାଣ୍ଡିରେ ବସନ୍ତ, କୋରାପୁଟରେ ଜୟରାମ ଓ ନବରଙ୍ଗପୁରରେ ବଳଭଦ୍ରଙ୍କୁ ଛିଡ଼ା କରିଛି। ଏମାନଙ୍କୁ ଟକ୍କର ଦେବାକୁ କଂଗ୍ରେସ ବ୍ରହ୍ମପୁରରେ ଚନ୍ଦ୍ରଶେଖର ନାଇଡୁ, କଳାହାଣ୍ଡିରେ ଭକ୍ତ ଦାସ, କୋରାପୁଟରେ ସପ୍ତଗିରି ଓ ନବରଙ୍ଗପୁରରେ ପ୍ରଦୀପଙ୍କୁ ପ୍ରାର୍ଥୀ କରିଛି।

ପ୍ରମୁଖ ବିଧାନସଭା ପ୍ରାର୍ଥୀ

ବିଜେଡି ଟିକେଟ୍‌ରେ ଗୋପାଳପୁରରୁ ପ୍ରଦୀପ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିବା ବେଳେ ଚିକିଟିରୁ ଉଷା ଦେବୀ, ଦିଗପହଣ୍ଡିରୁ ସୂର୍ଯ୍ୟନାରାୟଣ ପାତ୍ର, ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତି, ନର୍ଲାରୁ ଭୂପିନ୍ଦର ସିଂହ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ରାୟଗଡ଼ାରୁ ଲାଲବିହାରୀ ହିମିରିକା, ଜୟପୁରରୁ ରବି ନାରାୟଣ ନନ୍ଦ, ଉମରକୋଟ୍‌ରୁ ସୁବାସ ଗଣ୍ଡ ଓ ଝରିଗାଁରୁ ପ୍ରକାଶ ଚନ୍ଦ୍ର ମାଝି ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ବିଜେପି ଟିକେଟ୍‌ରେ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ, ପାରଳାଖେମୁଣ୍ଡିରୁ କେ. ନାରାୟଣ ରାଓ, ଖରିଆରରୁ ରୀତାରାଣୀ ବଗର୍ତ୍ତି, ଧର୍ମଗଡ଼ରୁ ଅନନ୍ତ ପ୍ରତାପ ଦେଓ, ଗୁଣପୁରରୁ ଶିଶିର ଗମାଙ୍ଗ, ବିଷମକଟକରୁ ଶିବଶଙ୍କର ଉଲ୍ଲାକା, ପଟାଙ୍ଗୀରୁ ରାମଚନ୍ଦ୍ର ପାଙ୍ଗୀ ଓ କୋଟପାଡ଼ରୁ ଖଗେଶ୍ୱର ମାଝି ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସର ଯେଉଁ ପ୍ରମୁଖ ବିଧାନସଭା ପ୍ରାର୍ଥୀମାନଙ୍କ ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରଣ ହେବ, ସେମାନେ ହେଲେ- ତାରାପ୍ରସାଦ ବାହିନୀପତି (ଜୟପୁର), କୃଷ୍ଣଚନ୍ଦ୍ର କୁଲଦୀପ (କୋରାପୁଟ), ରାମଚନ୍ଦ୍ର କାଡାମ୍‌ (ପଟାଙ୍ଗୀ), ଭୁଜବଳ ମାଝି (ଡାବୁଗାଁ), ସଦନ ନାୟକ (ନବରଙ୍ଗପୁର), ମାଲା ମାଢ଼ୀ (ମାଲକାନଗିରି),  କେ. ସୂର୍ଯ୍ୟରାଓ (ପାରଳାଖେମୁଣ୍ଡି) ଓ ଶିବାଜୀ ମାଝି (ଲାଞ୍ଜିଗଡ଼) ।

ଭୋଟ୍ ସମୟ

୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୨ଟିରେ ମତଦାନ ପାଇଁ ସମୟ କଟକଣା ଲାଗିଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ହେବ। ମାଓ ଉପଦ୍ରୁତ ଓ ଦୁର୍ଗମ ଅଞ୍ଚଳ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଯେଉଁ ସବୁ ନିର୍ବାଚନ ମଣ୍ଡଳୀରେ ଏହି କଟକଣା ଲାଗିଛି ସେଗୁଡ଼ିକ ହେଉଛି- ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ,ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା,ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା।

ଅନ୍ୟପକ୍ଷରେ ନବରଙ୍ଗପୁର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଆସନ୍ତାକାଲି ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ମୋଟ ୯୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story