କୋଭିଡ୍ ମହାମାରୀ ଆଇନ ପ୍ରତ୍ୟାହାର କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ସହ ଜୀବନଜୀବିକା ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବାବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୨୦ ମାର୍ଚ୍ଚ ୧୩ତାରିଖରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡକୁ ମହାମାରୀ ଘୋଷଣା କରାଯିବା ସହ ଏହାର […]

Corona

Ordigital Desk
  • Published: Thursday, 31 March 2022
  • , Updated: 31 March 2022, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ସହ ଜୀବନଜୀବିକା ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବାବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୨୦୨୦ ମାର୍ଚ୍ଚ ୧୩ତାରିଖରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡକୁ ମହାମାରୀ ଘୋଷଣା କରାଯିବା ସହ ଏହାର ପରିଚାଳନା ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ଜାରି ହୋଇଥିଲା । କିନ୍ତୁ ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ଓ କେନ୍ଦ୍ର ସରକାର ବିପର୍ଯ୍ୟୟ ଆଇନରୁ କୋଭିଡ୍ ପରିଚାଳନାକୁ ବାଦ୍ ଦେବା ସଂକ୍ରାନ୍ତ ବିଜ୍ଞପ୍ତି ମାର୍ଚ୍ଚ ୨୨ତାରିଖରେ ଜାରି କରିବା ସହ ସମସ୍ତ ରାଜ୍ୟକୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାର ମାର୍ଚ୍ଚ ୨୮ତାରିଖରେ ଏହି କୋଭିଡ୍ ପରିଚାଳନାକୁ ବିପର୍ଯ୍ୟୟ ଆଇନ-୨୦୦୫ରୁ ବାଦ୍ ଦେବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନେଇପାରିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଓଡ଼ିଶା ସରକାର ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ ମହାମାରୀ ଘୋଷଣା କରିବା ସହ ବିପର୍ଯ୍ୟୟ ଆଇନ-୨୦୦୫ ଅନ୍ତର୍ଗତ ଏହାର ପରିଚାଳନା କରିଥିଲେ ।

Related story