ଚାକିରି ଦେବାକୁ କହି ହାବିଲଦାର ଠକି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ୱର: ପୋଲିସ ବିଭାଗରେ ଚାକିରି କରାଇଦେବା ନାଁରେ ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ବଲାଙ୍ଗିରରେ ଜଣେ ହାବିଲଦାର ଦୁଇଜଣ ଯୁବକଙ୍କୁ ଚାକିରି କରାଇଦେବା ନାଁରେ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ଏବେ ହାବିଲଦାର ଜଣକ ଫେରାର୍ ଥିବା ବେଳେ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ମାର୍ଚ୍ଚରେ ଓଆଇଏସ୍ଏଫ୍ କନ୍‌ଷ୍ଟେବଳ ନିଯୁକ୍ତି ପାଇଁ ରତ୍ନାକର ଓ ପ୍ରଶାନ୍ତ ଶାରିରୀକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିଲେ। ତେବେ ପରବର୍ତ୍ତୀ […]

faker

faker

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 08:11 PM IST

Sports

Latest News

ଭୁବନେଶ୍ୱର: ପୋଲିସ ବିଭାଗରେ ଚାକିରି କରାଇଦେବା ନାଁରେ ପ୍ରାୟ ସାଢ଼େ ୩ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି। ବଲାଙ୍ଗିରରେ ଜଣେ ହାବିଲଦାର ଦୁଇଜଣ ଯୁବକଙ୍କୁ ଚାକିରି କରାଇଦେବା ନାଁରେ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ଏବେ ହାବିଲଦାର ଜଣକ ଫେରାର୍ ଥିବା ବେଳେ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ମାର୍ଚ୍ଚରେ ଓଆଇଏସ୍ଏଫ୍ କନ୍‌ଷ୍ଟେବଳ ନିଯୁକ୍ତି ପାଇଁ ରତ୍ନାକର ଓ ପ୍ରଶାନ୍ତ ଶାରିରୀକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିଲେ। ତେବେ ପରବର୍ତ୍ତୀ ପରୀକ୍ଷାରେ ପାସ ହେବା ପାଇଁ ୩ଲକ୍ଷ ୪୦ ହଜାର ଟଙ୍କା ଦିଆନିଆ ହୋଇଥିଲା। ଏଥିରେ ମଧ୍ୟସ୍ତ ସାଜିଥିଲେ ଟିଟିଲାଗଡ଼ ଥାନାର ହାବିଲଦାର ଶ୍ରୀକାନ୍ତ ସାହୁ। ମାତ୍ର ସେମାନଙ୍କୁ ଚାକିରି ମିଳିନଥିଲା। ଅନ୍ୟପକ୍ଷରେ ଟଙ୍କା ପାଇବା ପରେ ଶ୍ରୀକାନ୍ତ ଫେରାର ହୋଇଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ବଲାଙ୍ଗିର ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos