ସୁଖ ସାତସପନ, ବନ୍ଦୀ ନିବେଦିତା !

ବ୍ରହ୍ମପୁର/ନୀଳଗିରି(ଓଡ଼ିଶା ରିପୋର୍ଟର): ଅଶିକ୍ଷିତ କି ଅପାଠୁଆ ନୁହେଁ  ନିର୍ଯାତନା ଦେଉଛନ୍ତି ଡାକ୍ତର ସ୍ୱାମୀ । ମାଗୁଛନ୍ତି ଯୌତୁକ, ଛୋଟ ଛୋଟ କଥାରେ ଦିଆଯାଉଛି ଶାରୀରିକ ନିର୍ଯାତନା।  ବ୍ରହ୍ମପୁର ଖୋଡ଼ାସିଙ୍ଗର ଜଣେ ଡାକ୍ତରଙ୍କ ପତ୍ନୀ ନିବେଦିତା ସାହୁ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ଏମିତି କି ଶାଶୂ ଘରେ ଟିକିଏ ସ୍ନେହ ଓ ନିଜ ଅଧିକାର ପାଇଁ ୧୭ ଘଣ୍ଟା ଧରି ଧାରଣା ବି ଦେଇଥିଲେ।  ହେଲେ ଘର ଭିତରକୁ ପ୍ରବେଶ କରିବା ପରେ ତାଙ୍କୁ ଗୃହବନ୍ଦୀ […]

tbn-8n

tbn-8n

Tapas Behera
  • Published: Tuesday, 09 March 2021
  • Updated: 12 March 2021, 04:10 PM IST

Sports

Latest News

ବ୍ରହ୍ମପୁର/ନୀଳଗିରି(ଓଡ଼ିଶା ରିପୋର୍ଟର): ଅଶିକ୍ଷିତ କି ଅପାଠୁଆ ନୁହେଁ  ନିର୍ଯାତନା ଦେଉଛନ୍ତି ଡାକ୍ତର ସ୍ୱାମୀ । ମାଗୁଛନ୍ତି ଯୌତୁକ, ଛୋଟ ଛୋଟ କଥାରେ ଦିଆଯାଉଛି ଶାରୀରିକ ନିର୍ଯାତନା।  ବ୍ରହ୍ମପୁର ଖୋଡ଼ାସିଙ୍ଗର ଜଣେ ଡାକ୍ତରଙ୍କ ପତ୍ନୀ ନିବେଦିତା ସାହୁ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ଏମିତି କି ଶାଶୂ ଘରେ ଟିକିଏ ସ୍ନେହ ଓ ନିଜ ଅଧିକାର ପାଇଁ ୧୭ ଘଣ୍ଟା ଧରି ଧାରଣା ବି ଦେଇଥିଲେ।  ହେଲେ ଘର ଭିତରକୁ ପ୍ରବେଶ କରିବା ପରେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ।   ଅନ୍ୟପଟେ ନୀଳଗିରିରେ ଜଣେ ନବିବାହିତା ଶାଶୁଘରେ ରହିବାକୁ ମନା କରିବା ପରେ ଝିଅଘର ଲୋକଙ୍କୁ ୧୫ ଘଣ୍ଟା ଧରି ଅଟକ ରଖିଥିଲେ ପୁଅଘର ଲୋକେ

[caption id="attachment_625730" align="aligncenter" width="650"] ନିବେଦିତା ସାହୁ।[/caption]

୨୦୧୫ରେ ବ୍ରହ୍ମପୁର ଖୋଡ଼ାସିଙ୍ଗ ଅଞ୍ଚଳର ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ ନିବେଦିତା ସାହୁ।  ହେଲେ ବାହାଘରର କିଛି ଦିନ ପରଠୁ ଯୌତୁକ ଦାବିରେ ତାଙ୍କ ଉପରେ ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ଆରମ୍ଭ ହୋଇଗଲା। ସ୍ଥିତି ଅସହ୍ୟ ହେବାରୁ ୨୦୧୮ରେ ବାଧ୍ୟ ହୋଇ ସେ ଶାଶୂଘର ଛାଡ଼ି ବାପ ଘର ଚାଲି ଆସିବା ସହ ଗୋଳନ୍ଥରା ଥାନାଠୁ ନେଇ ମହିଳା ଥାନା ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ ବି ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ନିବେଦିତା। ଆଉ ଗତକାଲି ପୁଣି ସେ ଶାଶୂ ଘରକୁ ଫେରିଥିଲେ ବି ତାଙ୍କୁ ତାଲା ପକାଇ ନିର୍ଯାତନା ଦିଆଯାଇଥିବା କହିଛନ୍ତି।   ତେବେ ଏନେଇ ଚେଷ୍ଟା କରାଯାଇଥିଲେ ବି ନିବେଦିତାଙ୍କ ଶାଶୂଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିବାହର ୪ ଦିନ ପରେ ଶ୍ୱଶୁର ଘରେ ରହିବାକୁ ବୋହୂ ମନା କରିବାରୁ ଦେଖାଦେଇଥିଲା ଅଭାବନୀୟ ସ୍ଥିତି। ଝିଅକୁ ନେବାକୁ ଆସିଥିବା ୯ ଜଣଙ୍କୁ ୧୫ ଘଣ୍ଟା ଧରି ଅଟକ ରଖିବା ସହ ଝିଅକୁ ଫେରାଇ ନେବା ବଦଳରେ ବିବାହ ପାଇଁ ହୋଇଥିବା ଖର୍ଚ୍ଚ ଦେବାକୁ ଦାବି କରିଥିଲେ ପୁଅ ଘର ଲୋକେ।  ଶେଷରେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ସମସ୍ତ ଖର୍ଚ୍ଚ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇ ବିବାହିତ ଝିଅକୁ ପୁଣି ଫେରାଇ ନେଇଛନ୍ତି ଝିଅର ପରିବାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos