ତୈଳ ପାଇଁ ଭ୍ୟାଟ୍ ହ୍ରାସ କରିନି ଓଡ଼ିଶା, ଚର୍ଚ୍ଚାରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ପ୍ରେସ୍ ରିଲିଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଓ ୧୦ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରି ସାଧାରଣ ଲୋକଙ୍କୁ ଦୀପାବଳି ଭେଟି ଦେଇଥିବା କେନ୍ଦ୍ର ସରକାରଙ୍କ ଆଜି ବିଳମ୍ବିତ ରାତ୍ରିରେ ଜାରି ପ୍ରେସ୍ ରିଲିଜ୍‌କୁ ନେଇ ଏବେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶା ସମେତ ୧୪ଟି ରାଜ୍ୟ ଏପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ଭ୍ୟାଟ୍ ହ୍ରାସ କରିନଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଆଜି ରାତିରେ […]

Petrol

Petrol

Ordigital Desk
  • Published: Friday, 05 November 2021
  • Updated: 05 November 2021, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଓ ୧୦ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରି ସାଧାରଣ ଲୋକଙ୍କୁ ଦୀପାବଳି ଭେଟି ଦେଇଥିବା କେନ୍ଦ୍ର ସରକାରଙ୍କ ଆଜି ବିଳମ୍ବିତ ରାତ୍ରିରେ ଜାରି ପ୍ରେସ୍ ରିଲିଜ୍‌କୁ ନେଇ ଏବେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶା ସମେତ ୧୪ଟି ରାଜ୍ୟ ଏପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଉପରେ କୌଣସି ଭ୍ୟାଟ୍ ହ୍ରାସ କରିନଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଆଜି ରାତିରେ ଜାରି ପ୍ରେସ୍ ରିଲିଜରୁ ଜଣାପଡ଼ିଛି । ଅବଶ୍ୟ ଓଡ଼ିଶା ସରକାର ଗତକାଲି ଦୀପାବଳିରେ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ ଲିଟର ପିଛା ୩ଟଙ୍କା ହ୍ରାସ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ପ୍ରେସ୍ ରିଲିଜ୍ ପରେ କିଏ ସତ କହୁଛି ତାକୁ ନେଇ ସଂଶୟ ଲାଗି ରହିଛି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ପ୍ରେସ୍ ରିଲିଜ ଅନୁସାରେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୫ ଓ ୧୦ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ ହ୍ରାସ କରିଛନ୍ତି । ମାତ୍ର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଏଭଳି ଅଛନ୍ତି ଯେଉଁମାନେ କୌଣସି ପ୍ରକାର ଭ୍ୟାଟ୍ ହ୍ରାସ କରିନାହାନ୍ତି । ଯେଉଁସବୁ ରାଜ୍ୟ ପେଟ୍ରୋଲ ଓ ଡିଜେଲ୍ ଉପରେ ଭ୍ୟାଟ୍ ହ୍ରାସ କରିନାହାନ୍ତି ସେଗୁଡ଼ିକ ହେଲେ ଓଡ଼ିଶା ସମେତ ମହାରାଷ୍ଟ୍ର,ପଶ୍ଚିମବଙ୍ଗ, ଦିଲ୍ଲୀ ଏନସିଟି, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ମେଘାଳୟ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାମ, ରାଜସ୍ଥାନ ଏବଂ ଆଣ୍ଡାମାନ ଓ ନିକୋବର ରହିଛନ୍ତି ।

ପେଟ୍ରୋଲ ଉପରେ ସର୍ବାଧିକ ଭ୍ୟାଟ୍ ହ୍ରାସ ଲଦାଖ କରିଥିବାବେଳେ କର୍ଣ୍ଣାଟକ ଓ ପୁଡୁଚେରୀ ଏହାପଛରେ ରହିଛି । ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୩.୪୩ଟଙ୍କା, ୧୩.୩୫ଟଙ୍କା ଓ ୧୨.୮୫ଟଙ୍କା ହ୍ରାସ ପାଇଛି । ସେହିପରି ଡିଜେଲରେ ଭ୍ୟାଟ୍ ହ୍ରାସ ଯୋଗୁ ଏହି ୩ଟି ରାଜ୍ୟରେ ଡିଜେଲ ଦରରେ ୧୯.୬୧ଟଙ୍କା ହ୍ରାସ ପାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ଓ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ଭ୍ୟାଟ ଉପରେ ୩ଟଙ୍କା ହ୍ରାସ କରିଥିବା ଉଲ୍ଲେଖ ରହିଛି । ଯାହାକି ୫ତାରିଖ ମଧ୍ୟରାତ୍ରିରୁ ଲାଗୁ ହେବ । ଏହି ୩ଟଙ୍କା ହ୍ରାସ ପରେ ଓଡ଼ିଶା ଦେଶର ସବୁଠୁ କମ୍ ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଥିବା ରାଜ୍ୟ ପାଲଟିବ ତଥା ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ ୨ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଥିଲା ।  ସେହିପରି ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ତେବେ ଆଜି ରାତି ୯ଟା ୧୬ମିନିଟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଜାରି କରିଥିବା ପ୍ରେସ୍ ରିଲିଜରେ ଓଡ଼ିଶା କୌଣସି ଭ୍ୟାଟ୍ ହ୍ରାସ କରିନି ବୋଲି ଉଲ୍ଲେଖ କରିବା ଓଡ଼ିଶା ସରକାରଙ୍କ ଦାବିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story