ଓଡ଼ିଶାରେ ଚଳିତ ବର୍ଷ ଏମସିଏଲ୍ ଉତ୍ପାଦନ କରିବ ୧୫୦ ମିଲିୟନ୍ ଟନ୍ କୋଇଲା: କେନ୍ଦ୍ର କୋଇଲା ସଚିବ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ଏମସିଏଲ୍ ୧୫୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବ। ଚଳିତ ବର୍ଷ ବର୍ତମାନ ସୁଦ୍ଧା କୋଇଲା ଉତ୍ପାଦନ ହାର ୧୪% ଅଧିକ ରହିଛି। ଗତବର୍ଷ ରାଜ୍ୟରୁ ଏମସିଏଲ ୧୨୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିଲା। ଗୁରୁବାର ଏ କଥା କହିଛନ୍ତି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ। ରାଜ୍ୟରେ ଏମସିଏଲର ୧୧ଟି କୋଲବ୍ଲକରେ ରହିଥିବା ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସହିତ ଆଲୋଚନା […]

sunilswarup-1

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 02:36 PM IST

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ଏମସିଏଲ୍ ୧୫୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବ। ଚଳିତ ବର୍ଷ ବର୍ତମାନ ସୁଦ୍ଧା କୋଇଲା ଉତ୍ପାଦନ ହାର ୧୪% ଅଧିକ ରହିଛି। ଗତବର୍ଷ ରାଜ୍ୟରୁ ଏମସିଏଲ ୧୨୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିଲା। ଗୁରୁବାର ଏ କଥା କହିଛନ୍ତି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ। ରାଜ୍ୟରେ ଏମସିଏଲର ୧୧ଟି କୋଲବ୍ଲକରେ ରହିଥିବା ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ସହିତ ଆଲୋଚନା କରିବାକୁ ଭୁବନେଶ୍ୱର ଆସିଥିବା ଅବସରରେ ସେ ଦେଇଥିଲେ ଏହି ସୂଚନା।

ସେ କହିଥିଲେ, ଓଡ଼ିଶାରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୩୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ସେହିପରି ପୂରା ଦେଶରେ ମଧ୍ୟ ଏମସିଏଲ କୋଇଲା ଉତ୍ପାଦନକୁ ଚଳିତ ବର୍ଷ ବଢ଼ାଇବ। ଗତ ବର୍ଷ ସାରା ଦେଶରେ ୪୯୪ ମିଲିୟନ ଟନ୍ କୋଇଲା ଉତ୍ପାଦନ କରାଯାଇଥିଲା। ତା’ପୂର୍ବ ବର୍ଷ ଠାରୁ ଏହା ୩୨ ମିଲିୟନ ଟନ୍ ଅଧିକ ଥିଲା। ଆଉ ଗତ ୪ ବର୍ଷରେ ଏହା ଥିଲା ସବୁଠୁ ଅଧିକ ଅଭିବୃଦ୍ଧି। ଚଳିତ ବର୍ଷ ମଧ୍ୟ କୋଇଲା ଉତ୍ପାଦନ ବଢ଼ିବ। ବର୍ତମାନ ଦେଶରେ ୧୨% ଅଧିକ ହାରରେ କୋଇଲା ଉତ୍ପାଦନ ଚାଲିଛି।

ଏହା ସହିତ ଚଳିତ ବର୍ଷ ପାୱାର ପ୍ଲାଣ୍ଟ ଗୁଡ଼ିକ ପାଇଁ କୋଇଲାର ଅଭାବ ରହିବ ନାହିଁ ବୋଲି କହିଥିଲେ କୋଇଲା ସଚିବ ଅନୀଲ ସ୍ୱରୂପ। ସେ କହିଥିଲେ, ଗତବର୍ଷ ଏହି ସମୟରେ ପାୱାର ପ୍ଲାଣ୍ଟ ଗୁଡ଼ିକୁ କୋଇଲା ଯୋଗାଇବାରେ ବହୁତ ସମସ୍ୟା ଦେଖାଯାଇଥିଲା। କିନ୍ତୁ ଏଥର ସେଭଳି ପରିସ୍ଥିତି ଉପୁଜି ନାହିଁ କି ଆଗକୁ ଉପୁଜିବାର ବି ଆଶଙ୍କା ନାହିଁ।

Related story