ଓଡ଼ିଶାର ୪ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାର ୪ଟି ରେଳ ପ୍ରକଳ୍ପକୁ ବୁଧବାର ମିଳିଛି କେନ୍ଦ୍ର କ୍ୟାବନେଟର ଅନୁମୋଦନ। ଏହା ମଧ୍ୟରେ ରହିଛି ୩ଟି ରେଳପଥର ଦୋହରୀକରଣ ପ୍ରକଳ୍ପ। କୋଟଭଲସା-କୋରାପୁଟ, ଜଗଦଲପୁର-କୋରାପୁଟ ଓ କୋରାପୁଟ-ସିଙ୍ଗାପୁର ରୋଡ୍ ରେଳପଥର ଦୋହରୀକରଣ ପାଇଁ କେନ୍ଦ୍ର ଅର୍ଥନୈତିକି ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ମଞ୍ଜୁରୀ ଦେଇଛି। ସେହିଭଳି ବୁଢ଼ାପଙ୍କ ଓ ସାଲେଗାଁ ଭାୟା ରାଜ ଆଠଗଡ଼ ମଧ୍ୟରେ ତୃତୀୟ  ଓ ଚତୁର୍ଥ ଲାଇନ ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହିସବୁ ପ୍ରକଳ୍ପ ପାଇଁ ମୋଟ ୮ […]

Ptasanti

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 11:17 AM IST

ଭୁବନେଶ୍ୱର: ଓଡ଼ିଶାର ୪ଟି ରେଳ ପ୍ରକଳ୍ପକୁ ବୁଧବାର ମିଳିଛି କେନ୍ଦ୍ର କ୍ୟାବନେଟର ଅନୁମୋଦନ। ଏହା ମଧ୍ୟରେ ରହିଛି ୩ଟି ରେଳପଥର ଦୋହରୀକରଣ ପ୍ରକଳ୍ପ। କୋଟଭଲସା-କୋରାପୁଟ, ଜଗଦଲପୁର-କୋରାପୁଟ ଓ କୋରାପୁଟ-ସିଙ୍ଗାପୁର ରୋଡ୍ ରେଳପଥର ଦୋହରୀକରଣ ପାଇଁ କେନ୍ଦ୍ର ଅର୍ଥନୈତିକି ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ମଞ୍ଜୁରୀ ଦେଇଛି।

ସେହିଭଳି ବୁଢ଼ାପଙ୍କ ଓ ସାଲେଗାଁ ଭାୟା ରାଜ ଆଠଗଡ଼ ମଧ୍ୟରେ ତୃତୀୟ  ଓ ଚତୁର୍ଥ ଲାଇନ ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହିସବୁ ପ୍ରକଳ୍ପ ପାଇଁ ମୋଟ ୮ ହଜାର ୩୫୧ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଅନୁଗୋଳ, କଟକ, ଢେଙ୍କ।ନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାବାସୀ ଉପକୃତ ହୋଇପାରିବେ।

Related story